ମାଟିରେ ମିଶିଲା ଟ୍ୱିନ୍ ଟାୱାର, ଜାଣନ୍ତୁ କେବେ ଘରକୁ ଫେରିବେ ଆଖପାଖ ଲୋକ

644

କନକ ବ୍ୟୁରୋ : ନୋଏଡା ସେକ୍ଟ ୯୩(ଏ)ରେ ଥିବା ବେଆଇନ ଟ୍ୱିନ୍ ଟାୱାରକୁ ଆଜି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଧ୍ୱଂସ କରିଦିଆଯାଇଛି । ହେଲେ ଟାୱାରକୁ ଧ୍ୱଂସ କରିବା ପୂର୍ବରୁ ଟ୍ୱାୱାର ନିକଟବର୍ତ୍ତୀ ଅଞ୍ଚରେ ଥିବା ଲୋକମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଦୂରେଇ ଦିଆଯାଇଥିଲା । ହେଲେ ଏବେ ନୋଏଡା କି ସିଇଓ ରିତୁ ମାହେଶ୍ୱରୀ କହିଛନ୍ତି କି, ସନ୍ଧ୍ୟା ୬.୩୦ ପରେ ସେମାନେ ନିଜ ନିଜ ଘରକୁ ଫେରି ଆସିପାରିବେ ।

ଗଣମାଧ୍ୟମ ସହ ଆଲୋଚନା ବେଳେ ରିତୁ ମାହେଶ୍ୱରୀ କହିଛନ୍ତି କି, କିଛି କିଛି ଅଳିଆ ଏବେ ରାସ୍ତାର ଆଖପାଖରେ ପଡି ରହିଛି । ଏସବୁକୁ ଧିରେ ଧିରେ ସଫା କରାଯାଉଛି । ତେଣୁ ସନ୍ଧ୍ୟା ୬.୩୦ ରେ ଟ୍ୱିନ୍ ଟାୱାର ଅଞ୍ଚଳରେ ରହୁଥିବା ଲୋକମାନେ ସେମାନଙ୍କ ଘରକୁ ଫେରିପାରିବେ ।

କହିରଖୁ କି, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ନିକଟବର୍ତ୍ତୀ ନୋଏଡା ସେକ୍ଟର ୯୩(ଏ) ରେ ସୁପରଟେକ୍ କମ୍ପାନୀ ପକ୍ଷରୁ ୨୦୦୯ ରୁ ଗୋଟିଏ ୩୨ ମହଲା ଓ ୨୯ ମହଲା କୋଠା ବେଆଇନ ଭାବେ ନିର୍ମାଣ କରୁଥିଲେ । ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଆଜି ଏହି ଦୁଇଟି ଟାୱାରକୁ ବିସ୍ଫୋରଣ କରି ଧ୍ୱଂସ କରାଯାଇଛି ।