କଂଗ୍ରେସ ସଭାପତି ନିର୍ବାଚନ ପାଇଁ ତାରିଖ ସ୍ଥିର ! ଜାଣନ୍ତୁ କେବେ ହେବ ନିର୍ବାଚନ

199

କନକ ବ୍ୟୁରୋ : କଂଗ୍ରେସ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ତାରିଖ ସ୍ଥିର କରିବାକୁ କଂଗ୍ରେସ କାର୍ଯ୍ୟକାରୀ କମିଟି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସୂତ୍ର ସୂଚନା ମୁତାବକ ବୈଠକରେ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ବୋଲି ସ୍ଥିର କରାଯାଇଥିବା ବେଳେ ଅକ୍ଟୋବର ୧୯ ରେ ଭୋଟ ଗଣତି ହେବ ବୋଲି କୁହାଯାଇଛି । ଏନେଇ ସେପ୍ଟେମ୍ବର ୨ ତାରିଖରେ ବିଜ୍ଞପ୍ତି ଜାରି କରାଯିବ ବୋଲି ଜଣାପଡିଛି । ଏହାପରେ ସେପ୍ଟେମ୍ବର ୧୩ ତାରିଖରେ ନାମାଙ୍କନ ଦାଖଲ କରାଯିବ । କଂଗ୍ରେସ କାର୍ଯ୍ୟକାରୀ କମିଟିର ମୋହର ଲାଗିବା ପରେ ଏହା ଔପଚାରିକଭାବେ ଘୋଷଣା କରାଯିବ ।

କହିରଖୁ କି ଏବେ ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଚାଲିଛି । ଭିଡିଓ କନଫରେନ୍ସିଂରେ ଚାଲିଥିବା ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଯୋଡି ହୋଇଛନ୍ତି । ଏମାନଙ୍କ ବ୍ୟତୀତ ବୈଠକରେ ହରୀଶ ରାୱତ, ସଲମାନ ଖୁର୍ସିଦ, ମୁକୁଲ ବାସନିକ , ମଲ୍ଲିକାର୍ଜୁନ ଖଡଗେ, କୁମାରୀ ଶୈଲଜା, ମଧୁସୁଦନ ମିସ୍ତ୍ରୀ, କେ,ସି ବେଣୁଗୋପାଳ, ଜୟରାମ ରମେଶ, ଅଜୟ ମାକେନ, ଅଭିଷେକମନୁ ସଂଘଭୀଙ୍କ ସମେତ ଅନେକ କଂଗ୍ରେସ ନେତା ଉପସ୍ଥିତ ଅଛନ୍ତି ।

 

ସେପଟେ ସୂତ୍ର ସୂଚନା ମୁତାବକ ଏହି ବୈଠକରେ ଅନେକ ନେତା ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି କରିବା ଉପରେ ଜୋର ଦେଇଛନ୍ତି ।