ଚର୍ଚ୍ଚାରେ ସଲମାନ ଖାନଙ୍କ ନୂଆ ଗାଡି: ନିଶାନ୍ ପାଟ୍ରୋଲ ଏସୟୁଭି ବୁଲେଟ୍ ପ୍ରୁଫ୍ ଗାଡି କିଣିଲେ ଭାଇଜାନ

523

କନକ ବ୍ୟୁରୋ: ହତ୍ୟା ଧମକ ଭିତରେ ନୂଆ ବୁଲେଟ ପ୍ରୁଫ ଏସୟୁଭି ଗାଡି କିଣିଛନ୍ତି ସଲମାନ ଖାନ୍ । ସୁରକ୍ଷା ପାଇଁ ବିଦେଶରୁ ଏହି ଗାଡ଼ି କିଣିଛନ୍ତି । ଅଭିନେତା ସଲମାନଙ୍କୁ ଗତ କିଛି ମାସ ଭିତରେ ଲଗାତର ଭାବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଧମକ ମିଳୁଛି । ଏହାରି ଭିତରେ ସଲମାନଙ୍କ ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଏବେ ନିଶାନ ପାଟ୍ରୋଲ ଏସୟୁଭି ଗାଡ଼ି କିଣିଛନ୍ତି ସଲମାନ୍ । ଯେଉଁଥିରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ରହିଛି । ଏହି ନୂଆ ଗାଡ଼ି ଭାରତରେ ଉପଲବ୍ଧ ହୋଇନଥିବାରୁ ଦୁବାଇରୁ ଏହି ଗାଡି କିଣିଛନ୍ତି । ଏହା ପୂର୍ବରୁ ତାଙ୍କ ପାଖରେ ଏକ ଟୋୟୋଟା ଲ୍ୟାଣ୍ଡ କ୍ରୁଜର ମଧ୍ୟ ରହିଛି । ସଲମାନଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି । ତେବେ ନିଜ ସୁରକ୍ଷା ପାଇଁ ଦୁବାଇରୁ ଏହି ହାଇ ଏଣ୍ଡ ଏସୟୁଭି ଗାଡି କିଣିଛନ୍ତି ସଲମାନ୍ । ଦକ୍ଷିଣ ଏସୀୟ ବଜାରରେ ଏହା ଖୁବ୍ ଲୋକପ୍ରିୟ ଏସୟୁଭି ଏବଂ ଏହାର ମୂଲ୍ୟ ବି ଅଧିକ । ଏହି କାରର ସ୍ୱତନ୍ତ୍ରତା ହେଉଛି ଏହା ଜଣଙ୍କର ସୁରକ୍ଷା ପାଇଁ ଅତି ଉପଯୋଗୀ ।

ସଲମାନଙ୍କୁ ରକ୍ଷା କରିବ ଏସୟୁଭି
– ସଲମାନଙ୍କୁ ଲଗାତର ଧମକ ଦେଉଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ
– ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଲରେନ୍ସ ବିଷ୍ଣୋଇ
– କୃଷ୍ଣସାର ମୃଗ ହତ୍ୟା ମାମଲାରେ ଟାର୍ଗେଟରେ ସଲମାନ
– ବିକାନେରର ମନ୍ଦିରକୁ ଯାଇ କ୍ଷମା ମାଗିବାକୁ କହୁଛି ଲରେନ୍ସ
– ସଲମାନ କ୍ଷମା ନମାଗିଲେ ଜୀବନରୁ ମାରିଦେବାକୁ ଧମକ
– ବାରମ୍ବାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେଉଛି
– ଏବେ ଜେଲରେ ଅଛି ଲରେନ୍ସ ବିଷ୍ଣୋଇ
– ଲରେନ୍ସର ଧମକ ପରେ ବଢିଛି ସଲମାନଙ୍କ ସୁରକ୍ଷା

ସଲମାନଙ୍କୁ ରକ୍ଷା କରିବ ଏସୟୁଭି
– ବୁଲେଟପ୍ରୁଫ ନିଶାନ ପାଟ୍ରୋଲ ଏସୟୁଭି ଗାଡ଼ି
– ଗୁଳି ଚାଳନା ହେଲେ ବି-୭ ସ୍ତରୀୟ ସୁରକ୍ଷା ଯୋଗାଏ
– ସ୍ନାଇପର ରାଇଫଲ୍ସ ବି କୌଣସି କ୍ଷତି କରିପାରିବନି
– ଚାରିପଟେ ବୁଲେଟପ୍ରୁଫ କାଚ ଲାଗିଛି
– ଇଂଜିନ ସହ ୭ସ୍ପିଡ ଅଟୋମ୍ୟାଟିକ ଗିୟର ବକ୍ସ
– ଡୋର ଷ୍ଟପର୍ସ ସହ ହେଭି ଡ୍ୟୁଟି ହିଂଜ ଲାଗିଛି
– ବ୍ୟାଟେରୀ ଓ ଇଲୋକଟ୍ରୋନିକ୍ସ କଂଟ୍ରୋଲ ୟୁନିଟ
– ଏହି ସ୍ପେଶାଲ ଏଡିସନ୍କୁ ସୁରକ୍ଷା ଦୃଷ୍ଟିରୁ ନିର୍ମାଣ କରାଯାଇଛି
– ଭାରତରେ ଲଂଚ୍ ହୋଇନାହିଁ ଏହି ଗାଡ଼ି
– ଦୁବାଇରୁ କିଣାଯାଇଛି ଏହି ଏସୟୁଭି
– ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ହୋଇଥିବା ଅନୁମାନ
– ୬ଟି ଏୟାର ବ୍ୟାଗ ରହିଛି
– ଭେଇକଲ ଡାଇନାମିକ କଂଟ୍ରୋଲ ସିଷ୍ଟମ
– ଟାୟାର ପ୍ରେସର ମନିଟରିଂ ସିଷ୍ଟମ
– ଅଟୋ ଏମରଜେନ୍ସି ବ୍ରେକିଂ, ବ୍ଲାଇଣ୍ଡ ସ୍ପଟ ୱାର୍ଣ୍ଣିଂ ବ୍ୟବସ୍ଥା
– ୧୨.୩ ଇଂଚର ଟଚ୍ ସ୍କ୍ରିନ ଇନଫୋଟେନମେଂଟ ସିଷ୍ଟମ
– ୭ଇଂଚର ଡ୍ରାଇଭର ଡିସପ୍ଲେ
– ୧୦.୧ ଇଂଚର ରିୟର ସ୍କ୍ରିନ ଏଂଟରଟେନମେଂଟ ସ୍କ୍ରିନ
– ୧୩ ସ୍କିକର ସାଉଣ୍ଡ ସିଷ୍ଟମ