୨୭ ରାଜ୍ୟ, ୧୪ ଦେଶର ଜ୍ୱାଇଁ: ୧୦୦ ମହିଳାଙ୍କୁ କରିଛନ୍ତି ବିବାହ, କାହାଠୁ ବି ନେଇନାହାନ୍ତି ଛାଡପତ୍ର

1,029

କନକ ବ୍ୟୁରୋ: ଚୋର ବଜାରରୁ ଚୋରାପୀରତି, ଆଉ ପ୍ରଥମଦିନରେ ପ୍ରପୋଜ । ଏମିତି ଫଣ୍ଡା ଆପଣାଇ କେହି କେବେ ବିଶ୍ୱ ରେକର୍ଡ କରିପାରେ ତାହା ଆପଣ ଶୁଣିଲେ ଚକିତ ହୋଇଯିବେ । ନଖ, କେଶ ଓ ଦାଢି ବଢାଇ ଅନେକ ଲୋକ ଗିନିଜ ବୁକ ରେକର୍ଡ କରିବାର ଆପଣ ଶୁଣିଥିବେ । ହେଲେ ବିବାହରେ ରେକର୍ଡ କରିବା କେବେ ଶୁଣିଛନ୍ତି କି । ଆଜି ଆମେ ସେମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ବିବାହର କରିଛନ୍ତି ବିଶ୍ୱ ରେକର୍ଡ ।

ଗୋଟିଏ କି ଦୁଇଟି ନୁହେଁ ଏହି ବ୍ୟକ୍ତି ଜଣକ କରିଛନ୍ତି ୧୦୦ରୁ ଅଧିକ ବିବାହ । ଆଉ ଏହି ସବୁ ବିବାହ ସେ ୧୯୪୯ରୁ ୧୯୮୧ ମସିହା ଭିତରେ କରିଛନ୍ତି । ଏତେ ବିବାହ ପରେ ବି ସେ କାହାରିକୁ ଛାଡପତ୍ର ଦେଇନଥିଲେ । ଆଉ ସେଥିପାଇଁ ଦୁନିଆରେ ସବୁଠାରୁ ଅଧିକ ଦ୍ୱିତୀୟ ବିବାହ କରିବାର ରେକର୍ଡ ନିଜ ନାଁରେ କରିପାରିଥିଲେ । ଗିନିଜ ୱାର୍ଲ୍ଡ ରେକର୍ଡ ବି ଏହାର ଏକ ଭିଡିଓ ଟ୍ୱିଟରରେ ଶେୟାର କରିଛି । ଏଥିରେ ଶତାଧିକ ବିବାହ କରିଥିବା ବ୍ୟକ୍ତି ଜିୟୋବନ୍ନି ବିଗଲିୟୋଟିଙ୍କ କାହାଣୀ କୁହାଯାଇଛି ।

କୁହାଯାଏ ଏହି ବ୍ୟକ୍ତିଙ୍କ ପ୍ରକୃତ ନାଁ ଜିୟୋବନ୍ନି ବିଗଲିୟୋଟି ନୁହେଁ । ହେଲେ ସେ ଶେଷ ବିବାହ କରିବା ବେଳେ ଏହି ନାଁର ବ୍ୟବହାର କରିଥିଲେ । ୫୩ ବର୍ଷ ବୟସରେ ତାଙ୍କ କଳାକାରନାମା ସାମ୍ନାକୁ ଆସିଥିଲା । ପରେ ସେ ଦାବି କରିଥିଲେ କି, ତାଙ୍କ ଜନ୍ମ ଇଟାଲୀର ସିସିଲିରେ ୧୯୨୯ ମସିହା ଏପ୍ରିଲ ୩ରେ ହୋଇଥିଲା । ସେତେବେଳେ ସେ ତାଙ୍କ ନାଁ ନିକୋଲୋଇ ପେରୁସ୍କୋବ କହିଥିଲେ ।

ବିଗଲିୟୋଟି ୧୯୪୯ ମସିହାରୁ ୧୯୮୧ ଭିତରେ ୧୦୪ରୁ ୧୦୫ ମହିଳାଙ୍କୁ ବିବାହ କରିଛନ୍ତି । ତାଙ୍କର କୌଣସି ପତ୍ନୀ ପରସ୍ପରକୁ ଜାଣିନଥିଲେ । ଏମିତି କି ତାଙ୍କ ପତ୍ନୀମାନେ ସ୍ୱାମୀ ବିଗଲିୟୋଟିଙ୍କ ବିଷୟରେ କମ ଜାଣିଥିଲେ । ଏମିତି କୁହାଯାଉଛି କି ସେ ଆମେରିକାର ୨୭ ଅଲଗା ଅଲଗା ରାଜ୍ୟ ଓ ୧୪ ଦେଶରେ ବିବାହ କରିଛନ୍ତି । ସବୁଥର ସେ ନକଲି ପରିଚୟପତ୍ର ଦେଇ ଏମିତି କରୁଥିଲେ ।

ସେ ସବୁ ମହିଳାଙ୍କୁ ଚୋର ବଜାରରେ ଦେଖା ହଉଥିଲି । ବିବାହ ହେବା ପରେ ସେ ନିଜ ପତ୍ନୀଙ୍କ ଟଙ୍କା ଓ ଦାମୀ ଜିନିଷ ନେଇ ଫେରାର ହୋଇ ଯାଉଥିଲେ । ଗିନିଜ ୱାର୍ଲ୍ଡ ରେକର୍ଡ ୱେବସାଇଟ ଅନୁସାରେ ସେ ମହିଳାଙ୍କୁ କହୁଥିଲା କି ମୁଁ ବହୁତ ଦୂରରେ ରହୁଛି ତେଣୁ ତୁମେ ନିଜ ଜିନିଷ ଧରି ମୋ ପାଖକୁ ଚାଲିଆସ । ଯେତେବେଳେ ମହିଳାମାନେ ନିଜ ଜିନିଷ ପ୍ୟାକ କରିଦିଅନ୍ତି, ସେତେବେଳେ ବିଗଲିୟୋଟି ଟ୍ରକରେ ସେହି ଜିନିଷକୁ ଧରି ଫେରାର ହୋଇଯାଏ । ଆଉ କେବେ ବି ସେଠାରେ ନଜର ଆସନ୍ତିନି । ଆଉ ସେହି ଚୋରି ଜିନିଷ ଚୋର ବଜାରରେ ବିକ୍ରି କରି ଦେଉଥିଲା । ଆଉ ସେଠାରୁ ସେ ଆଉ ମହିଳାଙ୍କୁ ଟାର୍ଗେଟ କରୁଥିଲା ।

୧୯୮୧ ମସିହା ଡିସେମ୍ବର ୨୮ ତାରିଖରେ ବିଗଲିୟୋଟି ଧରାପଡିଥିଲେ । ଏହାପରେ ୧୯୮୩ ମସିହାରେ ତାଙ୍କ ବିରୋଧରେ ମକଦ୍ଦମା ଆରମ୍ଭ ହୋଇଥିଲା । ତାଙ୍କୁ ୩୪ ବର୍ଷ ସଜା ବି ହୋଇଥିଲା । ନିଜ ଜୀବନର ଶେଷ ୮ ବର୍ଷ ସେ ଏରିଜୋନା ଷ୍ଟେଟ ଜେଲରେ ବିତାଇଥିଲେ । ଏହାପରେ ୬୧ ବର୍ଷ ବୟସରେ ବ୍ରେନ ହମ୍ପ୍ରେଜ କାରଣରୁ ୧୯୯୧ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।