ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଖଞ୍ଜା ହେବ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ: କମ୍ପାନୀ ସିଇଓ ସୁନ୍ଦର ପିଚାଇଙ୍କ ଘୋଷଣା

431

କନକ ବ୍ୟୁରୋ: ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଖଞ୍ଜା ହେବ ଆର୍ଟିଫିସିଆଲ ଇଂଟିଲିଜେନ୍ସ ତଥା ଏଆଇ । ଚାଟ୍ ଜିପିଟି ଭଳି ଗୁଗୁଲରେ ମଧ୍ୟ ବ୍ୟବହାରକରୀ ସର୍ଚ୍ଚ କରି ଆବଶ୍ୟକୀୟ ତଥ୍ୟ ପାଇପାରିବେ । ଏଆଇ ଟେକ୍ନୋଲୋଜିର ବିନିଯୋଗ କରି ଆରମ୍ଭ ହୋଇଥିବା ଚାଟ୍ ଜିପିଟିର ବହୁଳ ବ୍ୟବହାର ଦେଖି ଗୁଗୁଲ ଏଭଳି ନିଷ୍ପତି ନେଇଥିବା କୁହାଯାଉଛି । କିନ୍ତୁ ଚାଟ ଜିପିଟିର ଗୁଗୁଲ ବେପାରକୁ ପ୍ରଭାବିତ କରିବା ଭୟକୁ ନେଇ ଗୁଗୁଲ ଏଆଇ ବ୍ୟବହାର ନିଷ୍ପତି ନେବା କଥାକୁ ସେ ଏଡାଇ ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ ଗୁଗୁଲ ଘୋଷଣା କରିଥିଲା ଯେ, ଗୁଗୁଲ ବିଭିନ୍ନ ନୂଆ ସର୍ଚ୍ଚ ଇଞ୍ଜିନ ସହ ଏଆଇ ଯୁକ୍ତ ସର୍ଚ୍ଚ ଇଞ୍ଜିନ ଉପରେ କାର୍ଯ୍ୟ କରୁଛି । ଗୁଗୁଲ ଲାର୍ଜ ଲାଙ୍ଗୁଏଜ ମଡେଲ(ଏଲଏଲଏମ) ବ୍ୟବହାର କରିବ । ଯେଉଁଥିରେ ଆଟିଫିସିଆଲ ଇଂଟିଲିଜେନ୍ସ ଭଳି ଫିଚର ରହିବ ।

ଗୁଗଲକୁ ଏଆଇ ଡର
ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଖଞ୍ଜା ହେବା ଆର୍ଟିଫିସିଆଲ ଇଂଟିଲିଜେନ୍ସ ତଥା ଏଆଇ
ଗୁଗୁଲ ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଏଆଇ ଖଞ୍ଜା ଯିବା ନେଇ କମ୍ପାନୀ ପ୍ଲାନ କରିଛି
ଗୁଗୁଲ ଏକ୍ଷେତ୍ରରେ ୨୦ ପ୍ରତିଶତ କାର୍ଯ୍ୟ ଶେଷ କରିଛି
ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଟାର୍ଗେଟ ପରୁଣ ହେବ କହିଛନ୍ତି ପିଚାଇ
କମ୍ପାନୀର ଦୁଇଟି ମୁଖ୍ୟ ଏଆଇ ୟୁନିଟ୍ ରହିବ
ଗୋଟିଏ ଗୁଗୁଲ ବ୍ରେନ, ଅନ୍ୟଟି ଡିପମାଇଣ୍ଡ
ଗୁଗୁଲ ସର୍ଚ୍ଚରୁ କମ୍ପାନୀର ଅଧାରୁ ଅଧିକ ଆୟ କରିଥାଏ
ଗତ ବର୍ଷ ଏଥିରୁ ୧୬୨ ବିଲିୟନ ଡଲାର ତଥା ୧୩ ଲକ୍ଷ ୨୬ ହଜାର କୋଟି ଆୟ କରିଥିଲା ଗୁଗୁଲ
ଲୋକେ ଗୁଗୁଲ ପରିବର୍ତେ ଚାଟ ଜିପିଟି ବ୍ୟବହାର କରନ୍ତି ତେବେ କମ୍ପାନୀକୁ ବିପୁଳ କ୍ଷତି ହୋଇପାରେ