ସତରେ ନାଗ ମୃତ୍ୟୁରେ ନାଗୁଣୀ ନେଇଥାଏ କି ପ୍ରତିଶୋଧ ? ଏହା ପଛରେ କ’ଣ ରହିଛି ମୁଖ୍ୟ କାରଣ ? ଚମକାଇ ଦେବ ବିଶେଷଜ୍ଞଙ୍କ ମତ !

1,051

କନକ ବ୍ୟୁରୋ : ଆପଣମାନେ ଅନେକ ବଲିଉଡ ଫିଲ୍ମରେ ଦେଖିଥିବେ କି, ନାଗ ମୃତ୍ୟୁର ପ୍ରତିଶୋଧ ନେଇଥାଏ ନାଗୁଣୀ । ୯୦ ଦଶକରେ ନାଗ ନାଗୁଣୀଙ୍କୁ ନେଇ ବହୁ ଫିଲ୍ମ ନିର୍ମାଣ କରାଯାଇଛି । କୁହାଯାଏ ଫିଲ୍ମର କିଛି ଦୃଶ୍ୟ ବା ଚଳଚିତ୍ର ସମାଜରେ ପରିବର୍ତନ ଆଣେ ବା ଶିକ୍ଷା ଦେଇଥାଏ । ତାହା ଭଲ ହେଉ ବା ଖରାବ । ଯାହାକୁ ନେଇ ଅନେକ ସମୟରେ ସମୀକ୍ଷା ମଧ୍ୟ କରାଯାଇଥାଏ । ତେବେ ପିଲାବେଳେ ନାଗ ନାଗୁଣୀ ଫିଲ୍ମ ଦେଖିଥିବା ଅନେକ ଲୋକଙ୍କ ମନରେ ରହିଛି କି, ନାଗକୁ ଯଦି କେହି ମାରି ଦେଇଥାଏ ତାହେଲେ ନାଗୁଣୀ ପ୍ରତିଶୋଧ ନେଇଥାଏ । ତେବେ ଏହି କଥାରେ କେତେ ସତ ରହିଛି? ତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ? ସତରେ କଣ ରହିଛି କାରଣ?

ନାଗର ମୃତ୍ୟୁରେ ନାଗୁଣୀ ପ୍ରତିଶୋଧ ନେଇଥାଏ ବୋଲି ବିଶ୍ୱାସ ରହି ଆସିଥିବାବେଳେ ବିଶେଷଜ୍ଞମାନେ କିନ୍ତୁ ମତ ଭିନ୍ନ ଦିଅନ୍ତି । ଅଷ୍ଟ୍ରେଲିଆର ପ୍ରସିଦ୍ଧ ଭିକ୍ଟୋରିଆ ସଂଗ୍ରାହାଳୟ ସାପସଂଖ୍ୟା ଅଧିକ ରହିଛି । ତେବେ ଏଠାରେ ଥିବା ସାପ ସମ୍ବଦ୍ଧୀୟ ଅଧ୍ୟୟନ କରାଯାଏ । ଅନେକ ସମୟରେ ୱେବସାଇଟରେ ମଧ୍ୟ ଏହି ଅଧ୍ୟୟନ ସମ୍ପର୍କେରେ ସେମାନେ ଅପଲୋଡ କରିଥାନ୍ତି । ତେବେ ଆସନ୍ତୁ ନଜର ପକାଇବା କଣ ବିଶ୍ୱାସ ରହିଛି ଆଉ ଅଧ୍ୟୟନରୁ କଣ ଜଣାପଡ଼ିଛି ।

କୁହାଯାଏ ନାଗ ନାଗୁଣି ଯୁଗଳଭାବେ ଗତି କରନ୍ତି । କିନ୍ତୁ ରିପୋର୍ଟରେ ପ୍ରକାଶ ପାଇଛି କି, ସାପମାନେ କେବଳ ପ୍ରେମ ସମ୍ପର୍କ ସମୟରେ ଏକାଠି ରୁହନ୍ତି ଆଉ ଗତି କରନ୍ତି । କାହିଁକି ନାଁ ବଡ଼ସାପମାନେ ସବୁବେଳେ ସାନ ସାପକୁ ନିଜର ଖାଦ୍ୟଭାବେ ଗ୍ରହଣ କରିଥାନ୍ତି ।

ଆପଣ ଫିଲ୍ମରେ ଅନେକ ସମୟରେ ଦେଖିଥିବେ କ. ସାପ ଆସେ ଆଉ ପାତ୍ରରେ ଥିବା କ୍ଷୀରକୁ ପିଇଥାଏ । କିନ୍ତୁ ବାସ୍ତବରେ ସରୀସୃପମାନେ ଦୁଗ୍ଧଜାତୀୟ ଦ୍ରବ୍ୟ ହଜମ କରିପାରିବେ ନାହିଁ । ତେଣୁ ସେମାନେ କ୍ଷୀର ପିଇବାର କୌଣସି ବିଶେଷ ଇଛା ନଥାଏ । ତଥାପି ଅନେକ ସମୟରେ ଶୋଷିଲା ଥିବାବେଳେ କ୍ଷୀର ପିଇଥାନ୍ତି ।

ଆଜିଯାଏ ଅନେକ ଲୋକ ବିଶ୍ୱାସ କରନ୍ତି କି, ବିପଦ ଥିବାବେଳେ ମା ସାପ ନିଜର ଛୁଆକୁ ଗିଳି ଦେଇଥାଏ । ଆଉ ପରେ ଛୁଆକୁ ବାହାର କରିଥାଏ । କିନ୍ତୁ ବାସ୍ତବରେ ସାପ ଯଦି କାହାକୁ ଗ୍ରାସ କରେ ତାର ହଜମକାରୀ ରସ ଯୋଗୁଁ ଶୀଘ୍ର ଭିତରକୁ ଚାଲିଯାଇଥାଏ । ଆଉ ଭିତରକୁ ଯାଇଥିବା ଜୀବ ମରିଯାଇଥାଏ ।

ବିଶ୍ୱାସ ରହିଛି କି, ସାପର ଯଦି ମୁଣ୍ଡ କଟିଯାଏ ତାହେଲେ ସୂର୍ଯ୍ୟେଦୟ ପର୍ଯ୍ୟନ୍ତ ବଂଚି ରହେ । ବାସ୍ତବରେ କିନ୍ତୁ ସାପର ଶରୀରରୁ ମୁଣ୍ଡ କଟିବାର କିଛି ସମୟ ପାଇଁ ବଚିଂ ରହିଥାଏ ସତ କିନ୍ତୁ ଏତେ ସମୟ ପର୍ଯ୍ୟନ୍ତ ଜୀବନ ରହେନାହିଁ ।

ଆମେ ଅନେକ ଫିଲ୍ମରେ ଦେଖିଛେ କି, ନାଗର ମୃତ୍ୟୁ ପରେ ନାଗୁଣୀ ପ୍ରତିଶୋଧ ନେଇଥାଏ । ବାସ୍ତବରେ କିନ୍ତୁ ସାପମାନଙ୍କର କୌଣସି ସାମାଜିକ ବନ୍ଧନ ନଥାଏ । କିମ୍ବା ଆକ୍ରମଣକାରୀଙ୍କୁ ଚିହ୍ନନ୍ତି ନାହିଁ । କିନ୍ତୁ ବଲିଉଡରେ ଅଧିକ ସମୟରେ ଅନେକ ଫିଲ୍ମରେ ଏଭଳି ସିନମାନ ଦେଖିବାକୁ ମିଳିଥାଏ ।