ବଦଳିଲେ ସେନାପତି ବଦଳିଲା ପରିସ୍ଥିତି । ଘମାଘୋଟ ଯୁଦ୍ଧ ଭିତରେ ୟୁକ୍ରେନର ଆଉ ସହରକୁ କବଜା କଲା ଋଷ

124

କନକ ବ୍ୟୁରୋ : ସେନାପତି ବଦଳିବା ପରେ ବଦଳିଛି ପରିସ୍ଥିତି । ଘମାଘୋଟ ଯୁଦ୍ଧ ଭିତରେ ୟୁକ୍ରେନର ଆଉ ସହରକୁ କବଜା କରିଛି ଋଷ । ୟୁକ୍ରେନର ସେଲେଦର ସହର ସହ ବାକମୁଟ ସହର ଅଧିକୃତ ନେଇ ଋଷ ଦାବିକୁ କିଭ ପ୍ରତ୍ୟାଖାନ କରିଛି । ଦୁଇ ଦିନ ପୂର୍ବରୁ ୟୁକ୍ରେନ ଯୁଦ୍ଧ ଚାର୍ଜରେ ଥିବା ଅଫିସରଙ୍କୁ ଅଟାଇ ଚିଫ୍ ଜେନେରାଲ ଷ୍ଟାଫ୍ ଭଲେରୀ ଗେରସିମୋଭଙ୍କୁ ସେନାପତି ନିଯୁକ୍ତ କରିଥିଲେ ପୁଟିନ୍ । ଆଉ ଏବେ ଋଷ ସେନାର ସଫଳତା ପଛରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୁହାଯାଉଛି ।

ଗତ ତିନି ଦିନ ଯୁଦ୍ଧରେ ୟୁକ୍ରେନର ୭୦୦ରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଯୁଦ୍ଧାସ୍ତ୍ର ନଷ୍ଟ କରାଯାଇଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପୂର୍ବ ୟୁକ୍ରେନର ସୋଲେଦାର ସହରକୁ ଋଷ କବଜା କରିଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ହେଲେ ଋଷର ଦାବିକରୁ ପ୍ରତ୍ୟାଖାନ କରି ୟୁକ୍ରେନ କହିଛି, ଏବେବି ୟୁକ୍ରେନ ସେନା ସେଲେଦର ସହରରେ ଲଢେଇ ଜାରି ରଖିଛନ୍ତି । ତେବେ ଋଷର ନୂଆ ସେନାପତି ନିଯୁକ୍ତ ପରେ କୁହାଯାଉଛି ପୁଟିନ୍ ଲମ୍ବା ଏବଂ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ଗତ ୬ ମାସ ଯୁଦ୍ଧରେ ଏହା ଋଷର ବଡ ସଫଳତା ବୋଲି କୁହାଯାଉଛି ।