ବିହାରରେ ପୁଣି ମଦ ମୃତ୍ୟୁର ବିଭୀଷିକା: ବିଷାକ୍ତ ମଦ ପିଇ ୩୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ

97

କନକ ବ୍ୟୁରୋ: ବିହାରରେ ବିଷାକ୍ତ ମଦ ପିଇ ୩୦ରୁ ଅଧିକ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ, ବିହାର ଭାଗଲପୁର, ମାଧେପୁରା ଓ ବାଙ୍କା ଜିଲ୍ଲାରେ ଗତ ଶୁକ୍ରବାର ଓ ଶନିବାର ହୋଲି ପାଳନ ହୋଇଥିଲା । ଏଇ ଅବସରରେ ଲୋକ ଏକାଠି ହୋଇ ହୋଲି ଖେଳିବା ସହ ମଦର ଆସର ମଧ୍ୟ ଜମାଇଥିଲେ । ବିଷାକ୍ତ ମଦ ପିଇବା ଫଳରେ ବର୍ତମାନ ସୁଦ୍ଦା ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୪ ମାସ ମଧ୍ୟରେ ବିଷାକ୍ତ ମଦ ପିଇ ରାଜ୍ୟରେ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି ।