କାଳବୈଶାଖୀକୁ ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି: ଆସନ୍ତା ୫ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ସମ୍ଭାବନା

197

କନକ ବ୍ୟୁରୋ: ରାଜ୍ୟରେ ତାତି କମିଛି କିନ୍ତୁ ଚିନ୍ତା ବଢାଇଛି କାଳବୈଶାଖି । ଆଜି ଓ ଆସନ୍ତାକାଲି କାଳବୈ÷ଶାଖି ପାଇଁ ଅରେଂଜ ଓାର୍ଣ୍ଣିଂ ଜାରି କରାଯାଇଛି । ଏହା ଦ୍ୱାରା ରାଜ୍ୟର ବିଭିନ୍ନ ଅଂଚଳରେ ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷାର ସମ୍ଭବାନା ରହିଛି । ଆଜି କଳାହାଣ୍ଡି, ରାୟଗଡା, କୋରାପୁଟ, କନ୍ଧମାଳ ,ବୌଦ୍ଧ, ଗଂଜାମ, କଟକ,ଯାଜପୁର, ଭଦ୍ରକ, ଢେଙ୍କାନାଳକୁ ଅଂରେଜ ୱାର୍ଣ୍ଣିଂ ରହିଛି । ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ଅଂରେଜ ୱାର୍ଣ୍ଣିଂ ଓ ୧୩ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।