ପୁରୁଣା ମଡେଲ୍, ନୂଆ ଅବତାର । ଭାରତୀୟ ସେନାରେ ସାମିଲ ହେବ ଇଲେକ୍ଟ୍ରିକ୍ ଏସୟୁବି

115

କନକ ବ୍ୟୁରୋ : ଭାରତୀୟ ସେନାରେ ସାମିଲ ହେବ ମାରୁତି ଜିପ୍ସିର ଇଲେକ୍ଟ୍ରିକ୍ ଗାଡି । ଏହି ଜିପକୁ ଖାସ କରି ଭାରତୀୟ ସେନା ପାଇଁ ପ୍ରସ୍ତୁତ କରାଯାଇଛି । ଯାହାକୁ ଭାରତୀୟ ସେନା, ଆଇଆଇଟି ଦିଲ୍ଲୀ ଓ ଟେଡପୋଲ ପ୍ରୋଜେକ୍ଟ ନାମକ ଷ୍ଟାଟଅପ୍ ମିଳିତ ଭାବେ ପ୍ରସ୍ତୁତ କରିଛି ।

ତେବେ ଏହି ପୁରୁଣା ମଡେଲର ଏସୟୁଭିରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ । କେବଳ ଏହାର ବଡିରେ ଅଲେକ୍ଟ୍ରିକ୍ ଇଞ୍ଜିନ୍ ଏବଂ ଇଣ୍ଡିଆନ୍ ଆର୍ମିର ଲୋଗୋ ଲଗାଯାଇଛି । କୁହାଯାଉଛି ଏହି ମାରୁତି ଜିପକୁ ଇଲେକ୍ଟ୍ରିକ୍ ଅବତାରରେ ପରିଣତ କରିବା ପାଇଁ ଏଥିରେ ୩୦ କିଲୋୱାଟ କ୍ଷମତାର କିଟ୍ ବା ବ୍ୟାଟେରି ବ୍ୟବହାର କରାଯାଇଛି । ଯାହା ଗୋଟେ ଥର ଚାର୍ଜ ହେଲେ ୧୨୦ କିମି ପର୍ଯ୍ୟନ୍ତ ଗଡିପାରିବ ।

ମାରୁତି ଜିପ୍ସି ଏବଂ ଭାରତୀୟ ସେନାର ପୁରୁଣା ସମ୍ପର୍କ ରହିଛି । ଲମ୍ବା ସମୟ ପର୍ଯ୍ୟନ୍ତ ଏହି ଏସୟୁବି ସର୍ଭିସ୍ ଦେଇଆସୁଛି । ଆଉ ବର୍ତ୍ତମାନ ଏହି ଏସୟୁବିକୁ ନୂଆ ଅବତାରରେ ଭାରତୀୟ ସେନାରେ ସାମିଲ କରାଯିବାର ଯୋଜନା କରାଯାଉଛି । ଇଲେକ୍ଟ୍ରିକ୍ ଏସୟୁଭି ହୋଇଥିବାରୁ ଏହା ଜଙ୍ଗଲରେ ଯାତାୟତ କରିବାରେ ଅନେକ ସହାୟକ ହେବ ବୋଲି ଆଶା କରାଯାଉଛି