ନିଆଁ ଲିଭାଉଛି ରୋବର୍ଟ । ଦିଲ୍ଲୀ ରୋହିଣୀ ମାର୍କେଟରୁ ଆସିଲା ଏଭଳି ଦୃଶ୍ୟ 

166

କନକ ବ୍ୟୁରୋ : ନିଆଁ ଲିଭାଉଛି ରୋବର୍ଟ । ଦିଲ୍ଲୀ ରୋହିଣୀ ମାର୍କେଟରୁ ଆସିଲା ଏଭଳି ଦୃଶ୍ୟ । ନିଆଁ ଲିଭାଇବା ପାଇଁ ପାଣି ପକାଉଛି ରୋବର୍ଟ । ରବିବାର ଗୋଟିଏ ପ୍ଲାଷ୍ଟିକ ଗୋଦାମରେ ନିଆଁ ଲାଗିଥିବାବେଳେ ଅଗ୍ନିଶମ ବିଭାଗକୁ ଖବର ମିଳିଲା । ସୂଚନା ପାଇଁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା ଦିଲ୍ଲୀ ଅଗ୍ନିଶମ ବିଭାଗ । ତେବେ ସେହିସମୟରେ ଗୋଟିଏ ଘଟଣା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ରୋବର୍ଟର ବ୍ୟବହାକ କରିଥିଲା ।

ନିଆଁ ଲାଗିଥିବା ବିଲ୍ଡିଂ ଉପରକୁ ପାଣି ପକାଉଛି ରୋବର୍ଟ । ଏହି ସମୟର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି । ଗତ ୨ ମାସ ତଳେ ଅଗ୍ନିଶମ ବିଭାଗ ଏହି ରୋବର୍ଟକୁ ନିଜ ବିଭାଗରେ ସାମିଲ କରିଥିଲା । ରିମୋଟ୍ ଦ୍ୱାରା ପରିଚାଳିତ ଏହି ମେସିନ୍ ଦିଲ୍ଲୀର ଗଳି କନ୍ଦି ଏବଂ ଅପହଞ୍ଚ ଇଲାକାରେ ପହଁଞ୍ଚି ନିଆଁ ଲିଭାଇବାରେ କାମରେ ଆସିବ । ଯେଉଁ ଅଂଚଳରେ ଫାୟାର ଟ୍ରକ୍ ପହଁଚି ପାରିବ ନାହିଁ ସେଠାରେ ଏହି ରୋବର୍ଟ ପହଁଚି ନିଆଁକୁ ଆୟତ କରିବ ।