କଥିତ ଦୁର୍ନୀତି ମାମଲାରେ ଜେଲରେ ସିସୋଦିଆ । ବିରଳ ରୋଗରେ ପଡି ସଂଘର୍ଷ କରୁଛନ୍ତି ସ୍ତ୍ରୀ, ପୁଅ ବିଦେଶରେ କିଏ କରିବ ସେବା ?

4,708

କନକ ବ୍ୟୁରୋ : ମଙ୍ଗଳବାର ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କରିଛନ୍ତି ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନିଷ ସିସୋଦିଆ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ଆବେଦନ କ୍ରମାଗତ ଭାବରେ ଖାରଜ ହେବାରେ ଲାଗିଛି । ଅବକାରୀ ବିଭାଗରେ କଥିତ ମହାଘୋଟାଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ମନିଷ ସିସୋଦିଆ । ପତ୍ନୀ ସୀମା ସିସୋଦିଆଙ୍କ ଅସୁସ୍ଥତା ସମ୍ପର୍କରେ ଦର୍ଶାଇ ଜାମିନ ଆବେଦନ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳିପାରିନାହିଁ । ଅପରପକ୍ଷରେ ଦିନକୁ ଦିନ ସୀମା ସିସୋଦିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ବର୍ତମାନ ସୀମା ଇନ୍ଦ୍ରପ୍ରସ୍ଥ ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାମୀ ଜେଲରେ ଥିବା ବେଳେ ପୁଅ ବିଦେଶରେ ରହି ପାଠ ପଢୁଛି ଏଭଳି ଅବସ୍ଥାରେ ସୀମାଙ୍କ ଯତ୍ନ ନେବା ପାଇଁ ମନିଷ ଜାମିନ ଆବେଦନ କରୁଛନ୍ତି । ମାତ୍ର କୋର୍ଟ ପକ୍ଷରୁ ଏହି ଜାମିନକୁ ବାରମ୍ବାର ଖାରଜ କରାଯାଉଛି ।

୪୯ବର୍ଷୀୟ ସୀମା ଗତ ୨୩ବର୍ଷ ଧରି ମଲ୍ଟିପଲ୍ ସ୍କେରୋସିସ୍ ଅଟୋଇମ୍ୟୁନୋ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଅନ୍ୟପକ୍ଷେ ଏହାର କୌଣସି ଉପଚାର ନଥିବା ନେଇ ଡାକ୍ତର ମାନେ ମଧ୍ୟ ମତ ରଖିଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରୁ ମାତ୍ର ଜଣେହିଁ ବ୍ୟକ୍ତି ଏହି ରୋଗରେ ପୀଡିତ ହୋଇଥାନ୍ତି । ଯାହା ସୀମାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏହି ରୋଗ ହେବା ଫଳରେ ସୀମା ସିସୋଦିଆଙ୍କ ଶରୀରରେ ଅନେକ ପରିବର୍ତନ ଦେଖିବାକୁ ମିଳିଛି । ଚାଲିବା, ବସିବା ପରି ଅନେକ କାର୍ଯ୍ୟରେ ଏବେ ରୋକ ଲାଗିଛି । ଏଥିପାଇଁ ନିୟମିତ ଭାବେ ଫିଜିଓଥେରାପି ଏବଂ ଔଷଧ ଜାରି ରଖିଥିଲେ ସୀମା । ଏଭଳି ପରିସ୍ଥିତିରେ ସ୍ୱାମୀ ଜେଲରେ ଦିନ କାଟୁଥିବା ବେଳେ ବିଦେଶରେ ପାଠ ପଢୁଛି ପୁଅ । ଏହି ମଲ୍ଟିପଲ୍ ସ୍କେରୋସିସ ଅଟୋଇମ୍ୟୁନ ହେବା ଫଳରେ ସୀମାଙ୍କ ଶରୀରରେ ଥିବା ସେଲ୍ ବା କୋଷ ଗୁଡିକ ନଷ୍ଟ ହେବାରେ ଲାଗିଛି । ଚିକିତ୍ସା ପାଇଁ ପାଖରେ ପୁଅ ଅଛି ନା ସ୍ୱାମୀ । ରୋଗରେ ପଡି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ସୀମା ସିସୋଦିଆ ।

ତେବେ ଏହି ମଲ୍ଟିପଲ୍ ସ୍କେରୋସିସ ଅଟୋଇମ୍ୟୁନ ରୋଗ କଣ? ଡାକ୍ତରଙ୍କ କହିବାଅନୁଯାୟୀ , ଏହି ରୋଗ ହେବାଫଳରେ ରୋଗୀ ଶରୀରରେ ଥିବା ଇମ୍ୟୁନିଟି ଧିରେ ଧିରେ ନଷ୍ଟ ହୋଇଥାଏ । ଏହାସହ ଏହା ମସ୍ତିଷ୍କ ସହ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଥାଏ । ଏହାଫଳରେ ରୋଗୀର ନିଜ ମନ ଏବଂ ଶରୀରର ଅନ୍ୟ ଅଙ୍ଗ ଉପରେ ନିୟନ୍ତ୍ରଣ କମିବା ଆରମ୍ଭ ହୋଇଥାଏ । ଏହାସହ ଶରୀରରେ ମାଂସପେଶୀ ମଧ୍ୟ ଦୁର୍ବଳ ହୋଇଯାଏ । ମନିଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆ ଆଜିକୁ ଦୀର୍ଘ ୨୩ବର୍ଷ ଧରି ଏହି ବିରଳ ରୋଗରେ ପୀଡିତ ଥିବା ବେଳେ ମଙ୍ଗଳବାର ତାଙ୍କୁ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍ର ସ୍ନାୟୁବିଭାଗର ଡାକ୍ତରମାନେ ଚିକିତ୍ସା କରୁଛନ୍ତି ।

ସୀମା ସିସୋଦିଆ ଏହି ରୋଗରେ ପୀଡିତ ଥିବା ନେଇ ଖୁବ୍ କମ୍ ଲୋକ ଜାଣିଥିବା ବେଳେ ସେ ଦୀର୍ଘ ଦିନ ଧରି ଏହି ରୋଗରେ ପୀଡିତ ହୋଇ ସଂଘର୍ଷ କରୁଛନ୍ତି । ଏହା ଏକ ବିରଳ ଏବଂ ଗମ୍ଭୀର ରୋଗ, ଯାହାର କୌଣସି ସଫଳ ଉପଚାର ହୋଇପାରିନାହିଁ । ଏହି ରୋଗରେ ଏକ ଲକ୍ଷରୁ ମାତ୍ର ଜଣେ ଲୋକ ପ୍ରଭାବିତ ହୋଇଥାନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ରୋଗର କେଉଁ ସବୁ ଲକ୍ଷଣ ରହିଛି?

-ଏହି ରୋଗରେ ବେକର ଗତିବିଧି ଉପରେ ବୈଦ୍ୟୁତିକ ଆଘାତ ଭଳି ଅନୁଭବ ହେବା
-ଶରୀରରେ ଗୋଟିଏ କିମ୍ବା ଏକାଧିକ ଅଙ୍ଗରେ ଦୁର୍ବଳତା ଅନୁଭବ ହେବା
-ଦୀର୍ଘ ସମୟ ଧରି ଆଖିକୁ କିଛି ଦେଖା ନଯିବା ଏବଂ ବେଳେ ବେଳେ ଆଖି ସମସ୍ୟା ମଧ୍ୟ ଦେଖାଯାଏ ।
-ଚାଲିବାରେ ସମସ୍ୟା ଏବଂ ମାନସିକ ସ୍ଥିତି ଦୁର୍ବଳ ହେବା ପରି ଅନେକ ଲକ୍ଷଣ ଦେଖିବାକୁମିଳିଥାଏ ।
ଏହି ସମସ୍ୟା ଗୁଡିକ ଦୀର୍ଘ ସମୟ ଧରି ରୋଗୀ କ୍ଷେତ୍ରରେ ଦେଖିବାକୁ ମିଳିଥାଏ ।
ଏହି ରୋଗର କିପରି ଚିକିତ୍ସା କରାଯାଇପାରିବ?

ଡାକ୍ତରଙ୍କ କହିବା ଅନୁଯାୟୀ ଏହି ରୋଗର କୌଣସି ପ୍ରାରମ୍ଭିକ ଚିକିତ୍ସା ନଥିବା ବେଳେ ରୋଗୀର ଅବସ୍ଥା ଅନୁଯାୟୀ ଏହି ରୋଗର ଚିକିତ୍ସା କରାଯାଇଥାଏ । ଯାହାଦ୍ୱାରା ରୋଗକୁ ଆଗକୁ ବଢିବାରେ ରୋକାଯାଇପାରିବ । ଏହି ରୋଗର ଲକ୍ଷଣ ଗୁଡିକୁ ଦୃଷ୍ଟିରେ ରଖି ରୋଗୀର ଚିକିତ୍ସା କରାଯାଇଥାଏ ।