ଜଗନ୍ନାଥଙ୍କର କୋହିନୂର ହୀରା। କନକ ନ୍ୟୁଜ ହାତରେ ଲାଗିଲା ସଂକଳ୍ପପତ୍ର।

156

କନକ ବ୍ୟୁରୋ: ପ୍ରାୟ ୨୦୦ ବର୍ଷ ପୂରୁଣା ଏହି ସଙ୍କଳ୍ପ ପତ୍ର ଉପରେ । ଯାହା ସ୍ପଷ୍ଟ କରୁଛି କି କୋହିନୂର ହୀରା ଶ୍ରୀ ଜଗନ୍ନାଥଙ୍କର । ୧୮୩୦ ମସିହାର ଏହି ପତ୍ରରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଲାହୋର ରାଜା ରଣଜିତ୍ ସିଂ କୋହିନୂର ହୀରାକୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ଦାନ କରିଥିଲେ । ମାନସିକ ଆକାରରେ ଦୃଷ୍ଟିଶକ୍ତି ଫେରିଆସିବା ପାଇଁ ପ୍ରାର୍ଥନା କରି ସେ ପୁରୀ ଧାମକୁ ଆସି ଏହି ହୀରାକୁ ପ୍ରଦାନ କରିଥିଲେ ।

ଜଗନ୍ନାଥଙ୍କୁ ଅତ୍ୟନ୍ତ ଭକ୍ତି କରୁଥିଲେ ରାଜା । ସେ ଜଗନ୍ନାଥଙ୍କ ନିକଟରେ ମାନସିକ କରି କୋହିନୂର ହୀରା ଜଗନ୍ନାଥଙ୍କୁ ଦାନ କରିବା ପାଇଁ ସଙ୍କଳ୍ପ କରିଥିଲେ । ବଟବୃକ୍ଷ ମୂଳେ ପ୍ରଥମେ ରାଜା ରଣଜିତ ସିଂ ପୂଜା କରିଥିଲେ ଓ କୋହିନୂରକୁ କାଳିଆକୁ ଦାନ କରିଥିଲେ ।

ଏହି ପ୍ରସଙ୍ଗକୁ ନେଇ ଲଣ୍ଡନର ବକିଂହାମ୍ ପ୍ୟାଲେସ ସହ ଯୋଗାଯୋଗ କରିଥିଲେ ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଏହାକୁ ଫେରାଇ ଦେବାପାଇଁ ପଦକ୍ଷେପ ନେବାକୁ ଜଣାଇଥିଲେ । ହେଲେ ଏହାର ଉତର ଥିଲା ନିରୁତ୍ସାହଜନକ । ରାଣୀ ଅଣରାଜନୈତିକ ବ୍ୟକ୍ତି ହୋଇଥିବାରୁ ବକିଂହାମ୍ ପ୍ୟାଲେସ ପକ୍ଷରୁ ଏହି ମାମଲାରେ ରାଣୀ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କୁହାଯାଇଛି । ରାଣୀଙ୍କ ମୃତ୍ୟୁ ପରେ କୋହିନୂର ହୀରାକୁ ନେଇ ଚର୍ଚା ଜୋର ଧରିଛି । କାଳିଆର ହୀରା କାଳିଆ ପାଖକୁ ଫେରିଆସୁବୋଲି ମତ ରଖିଛନ୍ତି କାଳିଆ ପ୍ରେମୀ ।