ଏବେ E-Rupeeରେ ଭରନ୍ତୁ ଇନସ୍ୟୁରାନ୍ସ ପ୍ରିମିୟମ୍ । ଜାଣନ୍ତୁ ଏହାର ପ୍ରକ୍ରିୟା

145

କନକ ବ୍ୟୁରୋ: ଦେଶରେ ପ୍ରଥମ ଥର ପାଇଁ ରିଲାଏନ୍ସ ଇନସ୍ୟୁରାନ୍ସ ଗ୍ରାହକଙ୍କ ପାଇଁ ଆରମ୍ଭ କରିଛି ନୂଆ ସୁବିଧା । ଏଣିକି ଗ୍ରାହକ ନିଜ ଇନସ୍ୟୁରାନ୍ସ ପ୍ରିମିୟମକୁ ଡିଜିଟାଲ ଟଙ୍କା ବା E-Rupee ଭରିପାରିବେ । ଏଥିପାଇଁ ରିଲାଏନ୍ସ YesBank   ସହ ପାର୍ଟନରସିପ୍ କରିଛି ।

ଏବେ ଦେଶରେ ବଢିଚାଲିଛି E-Rupeeର ପ୍ରଚଳନ । ଖାଲି ଏତିକି ନୁହେଁ ଏଣିକି ରିଟେଲ ବ୍ୟବହାର ପାଇଁ ମଧ୍ୟ ଡିଜିଟାଲ ଟଙ୍କାକୁ ବ୍ୟବହାର କରାଯିବ । E-Rupee ରେ ଇନସ୍ୟୁରାନ୍ସ ଭରିବାକୁ ହେଲେ ଗ୍ରାହକଙ୍କ ପାଖରେ ଇକ୍ୱିଟି ଇ- ୱାଲେଟ୍ ଥିବା ଜରୁରୀ । ଏହି ୱାଲେଟ୍ କୌଣସି ବି ବ୍ୟାଙ୍କର ହୋଇପାରେ । ୟୁପିଆଇ ଭରିବା ଭଳି ଏହାକୁ ମଧ୍ୟ କ୍ୟୁଆର କୋଡ୍ ସ୍କାନ୍ ଜରିଆରେ ନିଜର ଇନସ୍ୟୁରାନ୍ସର ପ୍ରିମିୟମ ବି ସହଜରେ ଭରିପାରିବେ ।