୪୦ ମହିଳାଙ୍କର ଜଣେ ସ୍ୱାମୀ! ବିହାରରେ ଜାତି ଗନଗଣନା ସମୟରେ ଆସିଲା ଏଭଳି ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ । ଜାଣନ୍ତୁ କିଏ ଏହି ବ୍ୟକ୍ତି?

275

କନକ ବ୍ୟୁରୋ: ବିହାରରେ ଜାତିଗତ ଜନଗଣନା ସମୟରେ ଚମକାଇଦେଲା ଭଳି ତଥ୍ୟ ସାମନାକୁ ଆସିଛି । ବିହାରର ଅରୱଲର ରେଡ୍ ଲାଇଟ୍‌ ଅଞ୍ଚଳରେ ୪୦ ଜଣ ମହିଳାଙ୍କର ଜଣେ ସ୍ୱାମା ଥିବା ଜଣାପଡିଛି । ବିହାର ଅରୱଲର ରେଡ୍ ଲାଇଟ୍‌ ଅଂଚଳର ୪୦ ଜଣ ମହିଳା ‘ରୂପଚାନ୍ଦ’ଙ୍କୁ ସେମାନଙ୍କ ସ୍ୱାମୀ ବୋଲି ଦର୍ଶାଇଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ସମସ୍ତ ମହିଳା ଅରୱଲର ୱାର୍ଡ ୭ ରେଡ୍‌ ଲାଇଟ୍‌ ଅଞ୍ଚଳରେ ରହୁଥିବା ୪୦ଜଣ ମହିଳା ରୂପଚାନ୍ଦଙ୍କୁ ସେମାନଙ୍କ ସ୍ୱାମୀ ବୋଲି କହିଛନ୍ତି। ଏପରିକି ସେମାନଙ୍କ ପିଲାମାନେ ବି ରୂପଚାନ୍ଦଙ୍କୁ ସେମାନଙ୍କ ବାପା ବୋଲି କହିଛନ୍ତି। କିନ୍ତୁ ରୂପଚାନ୍ଦ କିଏ ତାହା ବାସ୍ତବରେ କେହି ଜାଣିନାହାନ୍ତି। ସବୁଠାରୁ ମଜାଦାର କଥା ହେଉଛି, ରୂପଚାନ୍ଦ ଜଣେ ବ୍ୟକ୍ତି ନୁହନ୍ତି ବରଂ ଟଙ୍କାକୁ ‘ରୂପଚାନ୍ଦ’ କୁହାଯାଉଛି। ଏହି ମହିଳାମାନେ ଟଙ୍କାକୁ ହିଁ ସେମାନଙ୍କ ସବୁକିଛି ବୋଲି କହିଛନ୍ତି।

କହିରଖୁଁ , ବିହାର ୨ଟି ପର୍ୟ୍ୟାୟରେ ଜାତିଗତ ଜନଗଣନା କରୁଛି। ଜାନୁଆରୀରୁ ଜାତିଗତ ଜନଗଣନା ଆରମ୍ଭ ହୋଇଛି। ଚଳିତ ବର୍ଷ ମାର୍ଚ୍ଚରେ ଜାତିଗତ ଜନଗଣନାର ପ୍ରଥମ ପର୍ୟ୍ୟାୟ ଶେଷ ହୋଇଥିଲା। ଏପ୍ରିଲ ୧୫ରେ ଦ୍ୱିତୀୟ ପର୍ୟ୍ୟାୟ ଜାତିଗତ ଜନଗଣନା ଆରମ୍ଭ ହୋଇଛି ଏବଂ ଏହା ଗୋଟିଏ ମାସରେ ଶେଷ ହେବ।