ନିଜ ଜୀବନକୁ ବାଜି ଲଗାଇ ୨ଜଣଙ୍କ ଜୀବନ ବଞ୍ଚାଇଲେ ନାଉରିଆ : ତୃତୀୟ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଗଲାବେଳେ ନିଜେ ବୁଡିଗଲେ, ମିଳିଲା ସୁଦର୍ଶନଙ୍କ ମୃତଦେହ

302

କନକ ବ୍ୟୁରୋ : ନିଜ ଜୀବନକୁ ବାଜି ଲଗାଇ ୨ଜଣଙ୍କ ଜୀବନ ବଞ୍ଚାଇଲେ ନାଉରିଆ । ହେଲେ ପାଣିର ପଖର ସ୍ରୋତରୁ ନିଜେ ବଞ୍ଚିବାରେ ସକ୍ଷମ ହେଲେନି ନାଉରିଆ ସୁଦର୍ଶନ ସ୍ୱାଇଁ । ଆଉ ଜଣେ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ନଈର ପ୍ରଖର ବୁଡ଼ି ଯାଇଥିଲେ ନାଉରିଆ ସହ ଅନ୍ୟ ଜଣେ ଯାତ୍ରୀ । ଲୋକଙ୍କ ଆଖି ସାମ୍ନାରେ ଦୁହେଁ ବୁଡ଼ି ଯାଇଥିଲେ ବି ବ୍ରାହ୍ମଣୀ ନଈର ପ୍ରଖର ସ୍ରୋତକୁ ଯିବାକୁ କାହାର ସାହାସ ହୋଇନଥିଲା ।

ନାଉରିଆଙ୍କ ସାହାସ ପାଇଁ ୨ ଯାତ୍ରୀ ଜୀବନ ପାଇଯାଇଥିଲେ ସିନା ହେଲେ ସବୁଦିନ ପାଇଁ ଢ଼େଉର ସ୍ରୋତରେ ନିଜ ପରିବାରଠୁ ବହୁ ଦୂରକୁ ଚାଲିଯାଇଛନ୍ତି ସୁଦର୍ଶନ । ଗତକାଲି ଆଳି ବ୍ଲକ ବାହ୍ମଣୀ ନଦୀରେ ଏକମାଣିଆ ପଞ୍ଚାୟତର ଲୋକେ କେରେଡ଼ାଗଡ଼ ଆସିବାକୁ ପ୍ରଥମ ଭଡ଼ା ଡ଼ଙ୍ଗାରେ ବସିଥିଲେ । ହେଲେ ଡ଼ଙ୍ଗାଟି କିଛି ଦୂରକୁ ଯାଇ ବୁଡ଼ିବାକୁ ଲାଗିଥିଲା । ଡ଼ଙ୍ଗାରେ ଥିବା ୨୦ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା ।

ହେଲେ ନାଉରିଆ ସହ ଅନ୍ୟ ଜଣେ ଯାତ୍ରୀ ନିଖୋଜ ଥିଲେ । ଅନେକ ଖୋଜାଖୋଜି ପରେ ଗତକାଲି ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହେଲେ ନାଉରିଆଙ୍କ କୌଣସି ପତା ମିଳିନଥିଲା । ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ନାଉରିଆ ସୁଦର୍ଶନଙ୍କ ମୃତଦେହ ଉଦ୍ଧାର କରିଥିଲେ ।