ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ : ସିରିଜ କବଜା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

143

କନକ ବ୍ୟୁରୋ : ପ୍ରଥମ ମ୍ୟାଚରେ କଷ୍ଟସାଧ୍ୟ ବିଜୟ ଲାଭ କରିଥିବା ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମୁକାବିଲା ଖେଳିବ । ପ୍ରଥମଥର ଅନ୍ତର୍ଜାତୀୟ ମ୍ୟାଚରେ ଆୟୋଜନ କରୁଥିବା ରାୟପୁରରେ ୫୦ହଜାର ଦର୍ଶକଙ୍କ ସମାଗମ ହୋଇପାରେ । ପ୍ରଥମ ମ୍ୟାଚରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା ।

ଭାରତ ୩୪୯ ରନର ବଡ଼ ସ୍କୋର କରିବା ସତ୍ୱେ ମାତ୍ର ୧୨ ରନରେ ମୁକାବିଲାକୁ ଜିତିଥିଲା । ଦ୍ୱିତୀୟ ମ୍ୟାଚ୍ ଜିତି ଭାରତ ଆଉଏକ ଦିନିକିଆ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି । ଭାରତ ପାଇଁ ମୁଖ୍ୟ ଚିନ୍ତାର କାରଣ ହେଉଛି ମିଡଲ୍ ଅର୍ଡର ବ୍ୟାଟିଂ ଓ ଡେଥ୍ ଓଭର ବୋଲିଂ । ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା ଏବଂ ଏକ ସମୟରେ ଦଳର ସ୍କୋର ୬ ୱିକେଟରେ ୧୩୯ ରନରେ ଥିଲା ।

ତେବେ ମାଇକେଲ ବ୍ରେସୱେଲଙ୍କ ବିସ୍ଫୋରକ ବ୍ୟାଟିଂ ଭାରତ ଠାରୁ ବିଜୟ ଛଡ଼ାଇ ନେଲା ଭଳି ସ୍ଥିତି ସୃଷ୍ଟି କରିଥିଲା । କିନ୍ତୁ ଡେଥ୍ ଓଭରରେ ମହମ୍ମଦ ସିରାଜଙ୍କ ଦମଦାର ବୋଲିଂ ଭାରତକୁ ବିଜୟୀ କରାଇଥିଲେ । ଦ୍ୱିତୀୟ ମ୍ୟାଚରେ ମଧ୍ୟ ସିରାଜଙ୍କ ଉପରେ ବୋଲିଂ ଡିପାର୍ଟମେଂଟ ନିର୍ଭର କରିବ । ମ୍ୟାଚ୍ ଜିତି ଭାରତ ନୂଆ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ୨୦୧୯ ପରଠାରୁ ଭାରତ ଘରୋଇ ମାଟିରେ ଲଗାତର ୬ଟି ଦିନିକିଆ ସିରିଜ୍ ଜିତିସାରିଛି । ତେଣୁ ଆଜିର ବିଜୟ ସହ ସପ୍ତମ ସିରିଜ୍ ହାତେଇବାକୁ ଭାରତ ଲକ୍ଷ୍ୟ ରଖିଛି ।