ଡାକ୍ତର ଶୁଭଶ୍ରୀ କରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା, ଆସିଲା ଭିସେରା ରିପୋର୍ଟ

318

କନକ ବ୍ୟୁରୋ : କେନ୍ଦୁଝର ଯୋଡା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କ ସନ୍ଦେହଜନକ ମୃତ୍ୟୁର ଭିସେରା ରିପୋର୍ଟ ଆସିଛି । ଭିସେରା ରିପୋର୍ଟରେ ମଦ, ନିଶା ଔଷଧ ନମୁନା ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ରିପୋର୍ଟ ଆସିବା ପରେ ଯୋଡ଼ା ଥାନାରେ ତିନି ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା । ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀଙ୍କ ସହ ଦୁଇ ସହଯୋଗୀ ଡାକ୍ତରଙ୍କ ସମ୍ପୃକ୍ତ ଥିବା ନେଇ ଥାନାରେ ଏତଲା ଦେଇଛନ୍ତି ତାଙ୍କ ବାପା ।

ଅଭିଯୋଗ ପାଇ ଯୋଡ଼ା ଥାନାରେ ସମସ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଝିଅକୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ଶୁଭଶ୍ରୀଙ୍କ ବାପା ଅଭିଯୋଗ ଆଣିଛନ୍ତି । ସେପଟେ ମାମଲାରୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିବ୍ୟରଞ୍ଜନ । ସୂଚନା ଅନୁସାରେ, ଡିସେମ୍ବର ୩୧ ତାରିଖରେ ଶୁଭଶ୍ରୀ ନିଜ ସହକର୍ମୀଙ୍କ ସହ ଜିରୋ ନାଇଟ୍ ସେଲିବ୍ରେସନ କରିଥିଲେ । ତେବେ ଜାନୁଆରୀ ୧ ତାରିଖରେ ଭଡ଼ା ଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।