ସାରା ରାଜ୍ୟରେ ଅସହ୍ୟ ତାତି : ସକାଳୁ ଜଳୁଛି ପଶ୍ଚିମ ଓଡ଼ିଶା; ଉଚ୍ଚ ଆଦ୍ରତା ଯୋଗୁଁ ଉପକୂଳରେ ଗୁଳୁୁଗୁଳି ଅନୁଭୁତ

223

କନକ ବ୍ୟୁରୋ : ସାରା ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି । ସକାଳୁ ଜଳୁଛି ପଶ୍ଚିମ ଓଡ଼ିଶା । ଉଚ୍ଚ ଆଦ୍ରତା ଯୋଗୁଁ ଉପକୂଳରେ ଅସହ୍ୟ ଗୁଳୁୁଗୁଳି ଅନୁଭୁତ ହେଉଛି । ଆହୁରି ୫ ଦିନ କଲବଲ କରିବ ତାତି । ଜୁନ୍ ୧୬ ପରଠୁ ବଦଳିପାରେ ପାଗ । ଅସହ୍ୟ ଗରମରୁ ଆଶ୍ୱସ୍ତି ପାଇପାରନ୍ତି ରାଜ୍ୟବାସୀ । ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାରେ ଅଧିକ ଗରମ ଅନୁଭୂତ ।

ସକାଳ ସାଢ଼େ ୮ଟା ସୁଦ୍ଧା ସମ୍ବଲପୁରରେ ୩୬, ଝାରସୁଗୁଡ଼ାରେ ୩୫ ଦଶମିକ ୪ ପ୍ରତିଶତ, ହୀରାକୁଦରେ ୩୫ ଦଶମିକ ୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆକାଶ ମେଘାଚ୍ଛନ୍ନ ସହ ଉଚ୍ଚ ଆଦ୍ରତା ଯୋଗୁଁ ଉପକୂଳ ଓଡ଼ିଶାର ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଭୁବନେଶ୍ୱରରେ ତାପମାତ୍ରା ୩୨ ଦଶମିକ ୨ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ରହିଛି ୭୯ ପ୍ରତିଶତ । ପୁରୀରେ ଆଦ୍ରତା ୮୬, କଟକ ୭୬, ଗୋପାଳପୁରରେ ୭୫, ବାଲେଶ୍ୱର ଓ ଚାନ୍ଦବାଲିରେ ଆଦ୍ରତା ୬୫ ପ୍ରତିଶତ ଥିବାରୁ ଅଧିକ ଗୁଳୁଗୁଳି ହେଉଛି ।