ଇଣ୍ଟରନେଟରେ ନିଷିଦ୍ଧ ହେବ ୧୧ ପ୍ରକାର ପୋଷ୍ଟ : ଡିଜିଟାଲ ଇଣ୍ଡିଆ ବିଲ୍ ପ୍ରସ୍ତୁତ କରିଛନ୍ତି ସରକାର

524

କନକ ବ୍ୟୁରୋ : ଏଣିକି ଇଣ୍ଟରନେଟରେ ମନଇଛା ଆଉ କେହି ପୋଷ୍ଟ କରିପାରିବନି । ନିଷିଦ୍ଧ ହେବ ୧୧ ପ୍ରକାର ପୋଷ୍ଟ । ଡିଜିଟାଲ ଦୁନିଆକୁ ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ଭରସାଯୋଗ୍ୟ କରିବା ପାଇଁ ଡିଜିଟାଲ ଇଣ୍ଡିଆ ବିଲ ପ୍ରସ୍ତୁତ କରିଛନ୍ତି ସରକାର । ସେଥିରେ ୧୧ ପ୍ରକାର ବିଷୟବସ୍ତୁକୁ ନିଷିଦ୍ଧ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏ ନେଇ ସୂଚନା ଦେଇଛନ୍ତି ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଇଣ୍ଟରନେଟର ଖରାପ ପ୍ରଭାବକୁ କମ୍ କରିବା ଏବଂ ସାଇବର ଅପରାଧର ମୁକାବିଲା କରିବା ଲାଗି ବିଲରେ ବ୍ୟବସ୍ଥା ରହିଛି । ଚଳିତ ମାସରେ ଏହାକୁ ନେଇ ଅଂଶୀଦାରମାନଙ୍କ ସହ ଅଲୋଚନା ହେବ । ଖୁବଶୀଘ୍ର ସଂସଦରେ ଉପସ୍ଥାପନ କରାଯିବ । ଏହା ଆଇନରେ ପରିଣତ ହେବା ପରେ ନିୟମ ମାନୁନଥିବା ସୋସିଆଲ ମିଡ଼ିଆ ସଂସ୍ଥାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସରକାରଙ୍କ ପାଇଁ ସହଜ ହେବ । ଜାଣନ୍ତୁ କେଉଁ କେଉଁ ବିଷୟବସ୍ତୁ ନିଷିଦ୍ଧ ହେବାର ରହିଛି ..

ଯୌନ ଉଦ୍ଦୀପକ ବିଷୟ
ଶିଶୁ ଯୌନ ନିର୍ଯାତନା
ଧାର୍ମିକ ଘୃଣା ସୃଷ୍ଟି
ବିଭ୍ରାନ୍ତି କରୁଥିବା ବିଷୟ
ନକଲି ପରିଚୟ
ମିଥ୍ୟା ଖବର ଓ ମିଥ୍ୟା ସୂଚନାକୁ ନିଷିଦ୍ଧ କରାଯିବ
ଭାରତର ଏକତା ଓ ସଂହତି ବିରୋଧୀ ବିଷୟ
କମ୍ପ୍ୟୁଟର ମାଲୱେର
ନିଷିଦ୍ଧ ଅନଲାଇନ୍ ଗେମ୍ ଓ ବେଆଇନ ବିଷୟ