ସେନା ବର୍ଦ୍ଦିରେ ପହଞ୍ଚିଲେ ଉଗ୍ରବାଦୀ , ଘରୁ ଡାକିନେଇ ଗୁଳି ବର୍ଷାଇଲେ । ମଣିପୁରରେ ହିଂସାର ଭୟଙ୍କର ରୂପ

230

କନକ ବ୍ୟୁରୋ: ମଣିପୁରରେ ରାଜ୍ୟ ଓ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ପରେ ବି ହିଂସା ଥମିବାର ନାଁ ନେଉନି । ଚାରିଆଡେ ସୁରକ୍ଷା ବଳୟ ଥିବା ସତ୍ତେ୍ୱ କିଛି ଉଗ୍ରବାଦୀ ଘଟାଇଛନ୍ତି ଭୟଙ୍କର ଘଟଣା ।

ସୂଚନା ମୁତାବକ, ମଣିପୁର ଇମ୍ଫାଲ ବେଷ୍ଟ ଜିଲ୍ଲାରେ ସୁରକ୍ଷାବଳ ଯବାନଙ୍କ ବେଶରେ ଆସି ଉଗ୍ରବାଦୀମାନେ ଆସି ଘଟାଇଛନ୍ତି ବର୍ବରକାଣ୍ଡ । ଯବାନଙ୍କ ପୋଷାକରେ ଆସି ଲୋକଙ୍କୁ ବାହାରକୁ ଡାକିନେଇ ସେମାନଙ୍କ ଉପରେ ଆଖିବୁଜା ଗୁଳି ବର୍ଷାଇଛନ୍ତି । ଫଳରେ ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସେନା ୟୁନିଫର୍ମରେ ଥିବା ଉଗ୍ରବାଦୀମାନେ ସ୍ପେଶାଲ କମ୍ବିଂ ଚାଲିଥିବା କହି ଲୋକଙ୍କୁ ଘରୁ ବାହାରକୁ ଆସିବାକୁ ଡାକିଥିଲେ । ଲୋକେ ବାହାରକୁ ଆସିବାରୁ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଗୁଳି ଶବ୍ଦ ଶୁଣିି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ପାଟ୍ରୋଲିଙ୍ଗ କରୁଥିବା ସୁରକ୍ଷାବଳ ଯବାନ । ହେଲେ ସେଠାରୁ ଛତ୍ରଭଙ୍ଗ ଦେଇ ପଳାଇଥିଲେ ଉଗ୍ରବାଦୀ । ଯବାନମାନେ ଆହତଙ୍କୁ ହସ୍ପିଟାଲ ନେଇଥିଲେ ।