ବିବାହକୁ ମାତ୍ର ୧୨ଦିନ, ନବବଧୂଙ୍କୁ ହତ୍ୟା ! ସ୍ୱାମୀ ବିଶ୍ୱଜିତ ପଣ୍ଡା ଥାନାରେ ଅଟକ

3,243

କନକ ବ୍ୟୁରୋ : ବିବାହକୁ ବିତିଛି ମାତ୍ର ୧୨ଦିନ । ହାତରୁ ମେହେନ୍ଦୀ ଛାଡିନି କି ପାଦରୁ ଅଳତା ଲିିଭିନି, ହେଲେ ଲିଭିଯାଇଛି ଜୀବନ ଦୀପ । ସାତଜନ୍ମ ପାଇଁ ସାଥି ଭାବିଥିବା ପତି ନେଇଯାଇଛି ଜୀବନ । ଏମିତି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ଖଜୁରିପଡା ଗାଁରୁ । ବିଶ୍ୱଜିତ ପଣ୍ଡା ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମଧୁସ୍ମିତାଙ୍କ ବାପଘର ଲୋକ ।

ଅଭିଯୋଗ ପରେ ବିଶ୍ୱଜିତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ମଙ୍ଗଳପୁର ପୁଲିସ । ଗତ ୨୮ ତାରିଖରେ ବରିକୂଳ ଗାଁର ମଧୁସ୍ମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ଖଜୁରିମାଳର ବିଶ୍ୱଜିତ୍ । ତେବେ ଗତକାଲି କୌଣସି କାରଣରୁ ବେକରେ ଲୁଗାରେ ବାନ୍ଧି ଝୁଲିପଡିଥିଲେ ମଧୁସ୍ମିତା । ମାତ୍ର ଝିଅ ଆତ୍ମହତ୍ୟା କରିଥିବା ଗ୍ରହଣ କରି ପାରୁନାହାନ୍ତି ବାପଘର ଲୋକ । ଶାଶୁଘର ଲୋକ ମିଳିମିଶି ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି ।