ବିଜେପି ଛାଡିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କହିଲେ, ଲୋକଙ୍କ ସହ ରହି ବିକାଶ ଦିଗରେ କାମ କରିବି ।

900

କନକ ବ୍ୟୁରୋ: ବିଜେପି ଛାଡିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ଇସ୍ତଫା ନେଇ ସେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ସେ ଲୋକଙ୍କ ସହ ରହି ଅଞ୍ଚଳର ବିକାଶ ଦିଗରେ କାମ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । କିଛି ଦିନ ଧରି ସ୍ୱତନ୍ତ୍ର କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା ଦାବି କରିଆସୁଥିଲେ ଜୟରାମ ପାଙ୍ଗୀ । ତେବେ ଏବେ ସେ ବିଜେପିରୁ ଇସ୍ତଫା ଦେବା ପରେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦକୁ ଆଗକୁ ବଢାଇବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନରେ ସାଂସଦ ଭାବେ ନିର୍ବାଚନ ଲଢି ପରାଜୟ ବରଣ କରିଥିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କୋରାପୁଟ ଆସନରୁ ଲଢି ସେ ପରାଜୟ ବରଣ କରିଥିଲେ । ଏହା ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଏବେ ସେ ବିଜେପିରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।