ଶନିବାର, ରବିବାର କ୍ରିକେଟ ମହାନିଲାମି: ଆଇପିଏଲ ୨୦୨୨ ପାଇଁ କାଲି ନିଲାମ ହେବେ ୧୬୧ ଖେଳାଳି

130

କନକ ବ୍ୟୁରୋ: ଶନିବାର, ରବିବାର କ୍ରିକେଟ ମହା ନିଲାମି । ନିଲାମ ହେବେ ୫୯୦ଜଣ କ୍ରିକେଟର । ଚଳିତବର୍ଷ ନିଲାମରେ ଅଂଶଗ୍ରହଣ କରିବେ ବହୁ ନାମିଦାମି କ୍ରିକେଟର । ଏଥର ୨ ଓଡିଆ ଖେଳାଳିଙ୍କ ଉପରେ ନଜର ରହିଛି । ଶନିବାର ଦିନ ୧୧ଟାରୁ ଆରମ୍ଭ ହେବ ନିଲାମ ପ୍ରକ୍ରିୟା । ଏଥର ଆଇପିଏଲରେ ଯୋଡି ହୋଇଛନ୍ତି ଦୁଇଟି ନୂଆ ଦଳ ।

ତେବେ କାଲି ୧୬୧ ଜଣ ଖେଳାଳିଙ୍କୁ ନିଲାମ କରାଯିବ । କାଲି ଦିନ ୧୨ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ବଡ ବଡ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ସବୁ ଟିମ । ଏଥର ଶିଖର ଧୱନ, ଶ୍ରେୟାସ ଆୟର, ସୁରେଶ ରାଇନା, ମହମ୍ମଦ ସାମି, ଦେବଦତ୍ତ ପାଡିକଲ, ମନୀଷ ପାଣ୍ଡେଙ୍କ ଭଳି ଭାରତୀୟ ଖେଳାଳିଙ୍କତ ଉପରେ ନଜର ରଖିବେ ଫ୍ରାଞ୍ଚାଇଜ । ସେହିପରି ଡେଭିଡ ୱାର୍ଣ୍ଣର, ଫାପ ଡୁପ୍ଲେସିସ, ଟ୍ରେଣ୍ଟ ବୋଲ୍ଟ, ପ୍ୟାଟ କୁମିନ୍ସଙ୍କ ଦଳମାନଙ୍କର ପ୍ରଥମ ପସନ୍ଦ ରହିବେ ।