କେବେ ଶେଷ ହେବ କରୋନା ମହାମାରୀ? ହୁ’ର ମୁଖ୍ୟ ବିଶେଷଜ୍ଞ କହିଲେ, ମହାମାରୀ ସହ ଆହୁରି ଲମ୍ବାବାଟ ଚାଲିବାକୁ ବାକି ଅଛି 

163

କନକ ବ୍ୟୁରୋ: କେବେ ଶେଷ ହେବ କରୋନା ମହାମାରୀ । ପ୍ରତିକ୍ରିଆ ରଖିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବରିଷ୍ଠ ବିଶେଷଜ୍ଞ ସୌମ୍ୟା ସ୍ୱାମିନାଥନ୍ । ବ୍ଲୁମବର୍ଗକୁ ଦେଇଥିବା ଏକ ସାକ୍ଷାତ୍କାରବେଳେ ସେ କହିଛନ୍ତି ମହାମାରୀ ସହ ଆମକୁ ଆହୁରି ଲମ୍ବା ରାସ୍ତା ଚାଲିବାକୁ ପଡିବ । ବଡ ଦୁଃଖର କଥା ବିଜ୍ଞାନକୁ ନେଇ ରାଜନୀତି କରାଯାଉଛି । ଯାହା ଆଗକୁ ବିପଦ ବଢାଇ ପାରେ । ବିଭିନ୍ନ ଦେଶରେ କୋଭିଡ୍କୁ ନେଇ ଭିନ୍ନ ଭିନ୍ନ ମତ ଦିଆଯାଉଛି । ଅନେକ ଦେଶରେ କରୋନା ମାହାମାରୀ ଶେଷ ହୋଇଗଲାଣି ବୋଲି ମଧ୍ୟ କୁହାଯାଉଛି । ଯାହା ଆଦୌ ସଠିକ୍ ନୁହେଁ । ଏଭଳି ଚିନ୍ତାଧାରା ପରିସ୍ଥିତି ଖରାପ କରିପାରେ ବୋଲି ସୌମ୍ୟା ସ୍ୱାମିନାଥନ କହିଛନ୍ତି ।