ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର । ୩୫ ମିନିଟରେ ପୂରା ଚାର୍ଜ ହେବ ସ୍ମାର୍ଟଫୋନ, ଆସନ୍ତାବର୍ଷ ଲଞ୍ଚ କରିପାରେ ସାଓମି ।

352

ଅଧିକାଂଶ ସ୍ମାର୍ଟଫୋନ୍ କମ୍ପାନି ଏବେ ଫାଷ୍ଟ ଚାର୍ଜିଂ ଉପରେ ଗବେଷଣା କରୁଛନ୍ତି । କିଭଳି କମ ସମୟ ମଧ୍ୟରେ ମୋବାଇଲ ଚାର୍ଜ ହୋଇପାରିବ ସେଥିପାଇଁ ନୂଆ ନୂଆ ଜ୍ଞାନକୌଶଳ ମଧ୍ୟ ଲଞ୍ଚ କରାଯାଉଛି । ଆଉ ଏସବୁ ଭିତରେ ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ୧୦୦ ୱାଟର ଫାଷ୍ଟ ଚାର୍ଜିଂ ସିଷ୍ଟମର ଘୋଷଣା କରିଛି । ତେବେ ଏହି ନୂଆ ଜ୍ଞାନକୌଶଳ କେବେ ପର୍ଯ୍ୟନ୍ତ ସ୍ମାର୍ଟଫୋନରେ ଉପଲବ୍ଧ ହେବ ତାହା ସ୍ପଷ୍ଟ କରାଯାଇନାହିଁ ।

ରିପୋର୍ଟ ମୁତାବକ, ଏବେ ସାଓମି ୫୦ ୱାଟ ଚାର୍ଜିଂ ଉପରେ କାମ କରୁଛି । ଯାହାକୁ ଆସନ୍ତାବର୍ଷ ପ୍ରଥମରୁ ସ୍ମାର୍ଟଫୋନ୍ ସହ ଲଞ୍ଚ କରାଯିବ । ଏହି ୫୦ ୱାଟ୍ ଫାଷ୍ଟ ଚାର୍ଜିଂ ସିଷ୍ଟମ ଉଭୟ ତାରଯୁକ୍ତ ଓ ତାରବିହୀନ ରହିବ । ଏହାଛଡା କମ୍ପାନି ୬୬ ୱାଟ୍ ଫାଷ୍ଟ ଚାର୍ଜିଙ୍ଗ ବିଶିଷ୍ଟ ସ୍ମାର୍ଟଫୋନ୍ ଆସନ୍ତାବର୍ଷ ଲଞ୍ଚ କରିପାରେ । କୁହାଯାଉଛି ଏମଆଇ ୧୦ ପ୍ରୋ ସ୍ମାର୍ଟଫୋନ୍ ସହ ଏହି ଫାଷ୍ଟ ଚାର୍ଜିଙ୍ଗ ସିଷ୍ଟମ ଲଞ୍ଚ କରିପାରେ କମ୍ପାନି । ଏମଆଇ ୧୦ ପ୍ରୋ ମୋବାଇଲ ଫୋନକୁ ଫାଷ୍ଟ ଚାର୍ଜିଂରେ ମାତ୍ର ୩୫ ମିନିଟରେ ଚାର୍ଜ କରାଯାଇପାରିବ । ଯଦି ଏଭଳି ହୁଏ ତେବେ ସାଓମିର ଏବେ ପର୍ଯ୍ୟନ୍ତ ସବୁଠୁ ଶୀଘ୍ର ଚାର୍ଜ ହୋଇପାରୁଥିବା ମୋବାଇଲ ଫୋନ୍ ହେବ ଏମଆଇ ୧୦ ପ୍ରୋ ।

ତେବେ ଏହି ଫାଷ୍ଟ ଚାର୍ଜିଂ ସିଷ୍ଟମ ଲଞ୍ଚ କରି ସାଓମି କମ୍ପାନି ରିଅଲମି କମ୍ପାନିର ଫାଷ୍ଟ ଚାର୍ଜିଂକୁ ଟକ୍କର ଦେବ ବୋଲି କୁହାଯାଇଛି । କାରଣ ଏହାପୂର୍ବରୁ ୫୦ ୱାଟ ବିଶିଷ୍ଟ ଚାର୍ଜିଂ ସିଷ୍ଟମ ଥିବା ରିଅଲମି ଏକ୍ସ୨ ପ୍ରୋ ମୋବାଇଲକୁ ୩୩ ମିନିଟରେ ପୂରା ଚାର୍ଜ କରାଯାଇଛି । ତେଣୁ ଉଭୟ କମ୍ପାନି ମଧ୍ୟରେ ଏବେ ଫାଷ୍ଟ ଚାର୍ଜିଂକୁ ନେଇ ଜୋରଦାର ଟକ୍କର ଦେଖିବାକୁ ମିଳିବ ବୋଲି କହାଯାଉଛି ।