କନ୍ଧମାଳରୁ କେରଳ ଯାଉଛି ଦାଦନ ବସ୍ । ପ୍ରତି ଶୁକ୍ରବାର ଦିନ ୫୦ ଶ୍ରମିକଙ୍କୁ ନେଇ ରାଇକିଆରୁ କେରଳ ଯାଉଛି ବସ୍

287

କନକ ବ୍ୟୁରୋ : କନ୍ଧମାଳରୁ ଦାଦନ ବସ ସେବା ଆରମ୍ଭ । କନ୍ଧମାଳ ଜିଲ୍ଲାରୁ କେରଳ ଦାଦନ ଖଟିବାକୁ ଯିବା ପାଇଁ ବସ ଯାତାୟାତ କରୁଛି । ଜିଲ୍ଳାର ଫୁଲବାଣୀ ସଦର ମହକୁମା ଠାରୁ ଆରମ୍ଭ କରି ରାଇକିଆ, ଜି ଉଦୟଗିରି, ଦାରିଙ୍ଗବାଡି, ଟିକାବାଲି, ଚକାପାଦ, ତୁମୁଡ଼ିବନ୍ଧ, ବାଲିଗୁଡ଼ା ଓ କୋଟଗଡ ଅଂଚଳରୁ ଲୋକେ ଦାଦନ ଖଟିବାକୁ ଏହି ବସରେ ଯାତାୟାତ କରିଥାନ୍ତି । ଏହି ଜିଲ୍ଲାରୁ ଶହ ଶହ ଦାଦନ ବାହାର ରାଜ୍ୟକୁ ଟ୍ରେନରେ ଯାଇଥିବା ବେଳେ ଏବେ ଗାଁ ଗାଁରେ ଦଲାଲ ସକ୍ରୀୟ ହୋଇଛନ୍ତି । ଲୋକଙ୍କୁ ପ୍ରଲୋଭନ ଦେଖାଇ ଆକୃଷ୍ଟ କରିଥାନ୍ତି । ଆଦିବାସୀଙ୍କୁ ରାଜ୍ୟ ବାହାରକୁ ନେଇ କମ୍ ଦରରେ କମ୍ପାନୀରେ କାମ କରାଇ ଶୋଷଣ କରିଥାନ୍ତି । ଶୁକ୍ରବାର ଦିନ ଏହି ବସ ରାଇକିଆରୁ ବାହାରି କେରଳ ଯାଇଥାଏ । ତିନି ହଜାର ଟଙ୍କା ଟିକଟ ମୂଲ୍ୟ ରହିଥିବା ବେଳେ ଥରକେ ୫୦ଜଣ ଶ୍ରମିକ ଯାଇଥାନ୍ତି । ନିଜ ଅଂଚଳରେ କାମ ଧନ୍ଦା ନଥିବା ଯୋଗୁଁ ଲୋକମାନେ ଦାଦନ ଯାଉଥିବା କହିଛନ୍ତି । ବିରୋଧୀ ଏହାକୁ ନାପସନ୍ଦ କରିବା ସହ ରାଜ୍ୟ ସରକାର ବିକାଶ ସ୍ଲୋଗାନକୁ ସମାଲୋଚନା କରିଛନ୍ତି ।