ବଲାଙ୍ଗୀର ସହରରେ କେବେ ହେବ ବାଇପାସ । ୨୪ ବର୍ଷ ତଳର ପରିକଳ୍ପନା କେବେ ନେବ ବାସ୍ତବ ରୂପ

79

କନକ ବ୍ୟୁରୋ : ବଲାଙ୍ଗିର ସହରର ଛାତି ଦେଇ ଲମ୍ବିଛି ୫୬ ନମ୍ବର ଜାତୀୟ ରାଜପଥ ଓ ଗୋଟିଏ ରାଜ୍ୟ ରାଜପଥ । ସହରରେ ବହୁଳ ମାତ୍ରାରେ ଭାରି ଯାନବାହାନ ଚଳପ୍ରଚଳ କରୁଛି । ବରଗଡ-ବୋରିଗୁମ୍ମା ଓ ସୋନପୁର ପଟୁ ଆଉ ଏକ ବ୍ୟସ୍ତ ବହୁଳ ରାସ୍ତାରେ ପ୍ରତିଦିନ ବଡବଡ ଟ୍ରକ, କଂଟେନର ଯିବା ଆସିବା କରୁଛି । ଫଳରେ ସହରରେ ବାରମ୍ବାର ଦୁର୍ଘଟଣା ଘଟୁଛି । ତେଣୁ ବଲାଙ୍ଗିରରେ ବାଇପାସ କରିବା ପାଇଁ ବାରମ୍ବାର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଛି ।

ବଲାଙ୍ଗୀର ସହରରେ ବାଇପାସ କରିବା ପାଇଁ ୨୪ ବର୍ଷ ତଳୁ ସରକାର ପରିକଳ୍ପନା କରିଛନ୍ତି । ବାରମ୍ବାର ବାରମ୍ବାର ଅନ୍ଦାଳନ ହେବା ପରେ ଟେଣ୍ଡର କାମ ସରିଛି ହେଲେ ଏଯାଏଁ କାମ ଆରମ୍ଭ ହୋଇନାହିଁ । ସେପଟେ କିଛି ଅସାଧୁ ଟ୍ରାଫିକ କର୍ମଚାରୀଙ୍କୁ ହାତ କରି ସଂନ୍ଧ୍ୟ।। ୫ ଟାରେ ସହରର ଜନଗହଳୀ ପୂର୍ଣ୍ଣ ସ୍ଥାନରେ ଭାରି ଯାନ ଚଳାଚଳ କରୁଥିବା ଅଭିଯୋଗ ହୋଇଛି । ତେବେ ସହର ଭିତରେ ରାତି ୧୨ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଗାଡି ଚଳାଚଳ କରିବାର ନିୟମ ରହିଛି ।

ସହରରେ ବାରମ୍ବାର ଆନ୍ଦୋଳନ ସତ୍ୱେ ବାଇପାସ କାମ ଅଧାରେ ପଡି ରହିଛି । ବିଜାଖମନ ଠାରେ ଆଉ ଥରେ ଶୁଭ ଦେବା ପରେ ଜମି ଅଧିଗ୍ରହଣ ସରିଛି କିନ୍ତୁ କାମ ଅତି ମନ୍ଥର ଗତିରେ ଚାଲିଛି    ।