ଏଲନ ମସ୍କଙ୍କ ଟ୍ୱିଟକୁ ନେଇ ବଢିଲା ଚିନ୍ତା, କହିଲେ ୧୫୦ କୋଟି ଆକାଉଣ୍ଟ ହେବ ଡିଲିଟ୍

154

କନକ ବ୍ୟୁରୋ : ଟେସଲା ମାଲିକ ଏଲନମସ୍କ ୪୪ ଆରବ ଡଲାରରେ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଲଗାତର ଭାବେ ଚମକାଇବା ଭଳି କାମ କରୁଛନ୍ତି । ପ୍ରଥମେ ମସ୍କଙ୍କ ତରଫରୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲେ । ଏହାକୁ ନେଇ ସାରା ବିଶ୍ୱରେ ଆଲୋଚନା ଜୋର ଧରିଥିଲା ।

ଏହି ଆଲୋଚନା ଜାରି ରହିଥିବା ବେଳେ ତାଙ୍କର ପୁଣି ଏକ ଟ୍ୱିଟ ଆକାଉଣ୍ଟଧାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମସ୍କ ଏକ ଟ୍ୱିଟ କରି କହିଛନ୍ତି କି କମ୍ପାନୀ ତରଫରୁ ଖୁବଶୀଘ୍ର ୧୫୦ କୋଟି ଆକାଉଣ୍ଟ ଡିଲିଟ କରାଯିବ । କମ୍ପାନୀ ତରଫରୁ କୁହାଯାଇଛି କି ସେହି ଆକାଉଣ୍ଟଗୁଡିକୁ ଡିଲିଟ କରାଯିବ ଯେଉଁ ଆକାଉଣ୍ଟରେ କୌଣସି ପ୍ରକାର ଟ୍ୱିଟ ହୋଇନାହିଁ ବା ବର୍ଷ ବର୍ଷଧରି ଲଗଇନ୍ ହୋଇନାହିଁ ।

ଆପଣଙ୍କୁ କହିରଖୁ କି ଟ୍ୱିଟର ପ୍ଲାଟଫର୍ମରେ ଏମିତି ଅନେକ ଆକାଉଣ୍ଟ ରହିଛି, ଯେଉଁଥିରେ ବ୍ୟବହାରକାରୀମାନେ କେବଳ ଆକାଉଣ୍ଟ ଖୋଲିଛନ୍ତି ହେଲେ କେବେ ଏହାକୁ ଲଗଇନ୍ କରିନାହାଁନ୍ତି କି କୌଣସି  ପ୍ରକାର ଟ୍ୱିଟ୍ କରିନାହାଁନ୍ତି ।

ଫୋବର୍ସ ରିୟଲ ଟାଇମ୍ ବଲିନିୟର ଇଣ୍ଡେକ୍ସ ମୁତାବକ ଏଲନ ମସ୍କ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ତାଲିକାରେ ନାହାଁନ୍ତି । ତାଙ୍କ ସ୍ଥାନରେ ବନାର୍ଡ ଅରନାଲ୍ଟ ଏହି ସ୍ଥାନ ଦଖଲ କରିନେଇଛନ୍ତି ବନାର୍ଡଙ୍କ ସମ୍ପତ୍ତି ୧୮୬.୨ ବିଲିୟନ ଡଲାର ଥିବା ବେଳେ ମସ୍କଙ୍କ ସମ୍ପତ୍ତି ୧୮୫ ବିଲିୟନ ଡଲାର ରହିଛି ।