ଚାରିଧାମରେ ଯାଉଛି ଶ୍ରଦ୍ଧାଳୁଙ୍କ ଜୀବନ । ଯାତ୍ରା ଆରମ୍ଭର ୫ଦିନରେ ୧୧ଜଣଙ୍କ ମୃତ୍ୟୁ, ଦୁଇ ଦିନ ପାଇଁ ଅଫଲାଇନ ପଂଜୀକରଣ ବନ୍ଦ

249

କନକ ବ୍ୟୁରୋ : ଚାରିଧାମ ଯାତ୍ରାର ଆରମ୍ଭ ହେବାର ୫ଦିନ ମଧ୍ୟରେ ଗଲାଣି ୧୧ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଚଳିତବର୍ଷ ଯାତ୍ରାରେ ସାମିଲ ହେବାକୁ ଆଶାଠୁ ଅଧିକ ପହଁଚିବା ସହ ପରିସ୍ଥିତି ଅଣାୟତ ହୋଇପଡିଛି । ସେପଟେ ଶ୍ରଦ୍ଧାଳୁଙ୍କ ମୃତ୍ୟୁପରେ ଦୁଇ ଦିନ ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ବନ୍ଦ କରାଯାଇଛି । ପ୍ରତିବର୍ଷ ହରିଦ୍ୱାରା, ରିଷିକେଶ ଓ ଡେରାଡୁନରୁ ଆରମ୍ଭ ହୋଇଥାଏ ଚାରିଧାମ ଯାତ୍ରା । ସ୍ଥାନୀୟ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ସତ୍ୱେ ଏଭଳି ଅଘଟଣ ସାମ୍ନାକୁ ଆସିଛି ।ସୂଚନା ଅନୁସାରେ ଏପ୍ରିଲ ୧୫ରୁ ମେ ୧୪ ପର୍ଯ୍ୟନ୍ତ ମୋଟ ୨୬ଲକ୍ଷ ୭୩ ହଜାର ୫୧୯ ଶ୍ରଦ୍ଧାଳୁ ପଂଜୀକରଣ କରିସାରିଛନ୍ତି । ଗଙ୍ଗୋତ୍ରୀ ପାଇଁ ୪ଲକ୍ଷ ୨୧ ହଜାର ୩୬୬, ଯମୁନୋତ୍ରୀ ପାଇଁ ୪ଲକ୍ଷ ୭୮ ହଜାର ୫୭୬., ହିମକୁଣ୍ଡ ସାହେବ ପାଇଁ ୬୦ହଜାର ଅନଲାଇନ ପଂଜୀକରଣ ସରିଛି । ୨୦୧୩ରେ ଚାରିଧାମ ଯାତ୍ରାରେ ୨ଶହ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା ।