ବିଜେପି ସରକାରଙ୍କୁ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ପ୍ରଂଶସା । ଦଶନ୍ଧି ମଧ୍ୟରେ ଭାରତ ବିକାଶ ପଥରେ ଦୌଡୁଥିବା ବୟାନ

282

କନକ ବ୍ୟୁରୋ : ନିର୍ବାଚନ ଭିତରେ ଯେଉଁଠି ରାଜନୀତି ଦଳଗୁଡିକ ଭିତରେ ବୟାନବାଜୀ ଜୋରଦାର ଚାଲିଛି ସେଠି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସାରେ ପୋତି ପକାଉଛନ୍ତି କଳାକାର । ଅଭିନେତ୍ରୀ ରଶ୍ମୀକା ମନ୍ଦାନା ମୋଦୀଙ୍କ ପ୍ରଂଶସା କରିବା ସହ ବିଜେପି ସରକାରଙ୍କ ୧୦ବର୍ଷର ଶାସନ ଦେଶକୁ ବିକାଶପଥରେ ଆଗେଇ ନେଇଥିବା କହିଛନ୍ତି । ନିକଟରେ ଅଟଳ ସେତୁରେ ଯାତ୍ରା କରିଥିଲେ ରଶ୍ମୀକା । ୧୦ବର୍ଷ ପୂର୍ବ ଓ ପରର ଯାତ୍ରାର ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ତଥା ବେଶ ଆରାମଦାୟକ ଥିଲା ବୋଲି କହିଥିଲେ । ଦେଶର ବିକାଶରେ ବିଜେପିର କାମକୁ ସେ ପ୍ରଂଶସା କରିଥିଲେ । ସେପଟେ ନିଜ ସୋସିଆଲ ମିଡିଆ ଆକାଉଁଟରେ ଏକ ଭିଡିଓ ପୋଷ୍ଟ କରି କଣ୍ଠଶିଳ୍ପୀ ମିକା ସିଂ ମୋଦୀଙ୍କ ଭୁରି ଭୁରି ପ୍ରଂଶସା କରିଛନ୍ତି । ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ବିହାର ପାଟନା ସାହେବ ଗୁରୁଦ୍ୱାରାରେ ପହଁଚି ସେବା କରିଥିଲେ ।