ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଜେପି ମହିଳାକର୍ମୀଙ୍କ ସହ ସୁଭଦ୍ରା ଯୋଜନା ବାବଦରେ ଆଲୋଚନା କଲେ ଜେପି ନଡ୍ଡା

220

କନକ ବ୍ୟୁରୋ : ବିଜେପିର କେନ୍ଦ୍ରୀୟ ନେତାମାନେ ଓଡିଶାକୁ ଫୋକସ କରିଛନ୍ତି । ଗୋଟିଏ ପଟେ ଆଜି ବିଜେପି ନେତା ଅମିତ୍ ଶାହା ଓଡିଶାରେ ନିର୍ବାଚନ ପ୍ରଚାର କରିବା ସହ କଟରେ ରୋଡ ସୋ କରିଛନ୍ତି । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି ତାର ଇସ୍ତାହାରରେ ଦେଇଥିବା ସୁଭଦ୍ରା ଯୋଜନା ବାବଦରେ ଦଳର ମହିଳାକର୍ମୀଙ୍କ ସହ ଆଲୋଚନା କରିଛନ୍ତି ।

ଏହି କ୍ରମରେ ଜେ.ପି ନଡ୍ଡା କହିଛନ୍ତି କି, ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହାଜର ଟଙ୍କାର କ୍ୟାସ ଭାଉଚର ଦେବେ । ଜଣେ ନାରୀ ସଶକ୍ତ ହେଲେ ପୁରା ପରିବାର ସଶକ୍ତ ହେବ । ଏବେ ମୋଦୀ ସରକାର କହୁଛନ୍ତି ନାରୀ ନେତୃତ୍ୱରେ ସଶକ୍ତ ହେବ । ନାରୀ ମାନଙ୍କ ଦ୍ଵାରା ସଶକ୍ତିକରଣ କରାଯିବ ବୋଲି ମୋଦି କହିଛନ୍ତି:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ମୋଦି ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି । ଯଦି ଜଣେ ବ୍ୟକ୍ତି ସଶକ୍ତ ହେଉଛି କେବଳ ଜଣେ ସଶକ୍ତ ହେବ । ଜଣେ ନାରୀ ସଶକ୍ତ ହେଲେ ପୁରା ପରିବାର ସଶକ୍ତ ହେବ । ଏବେ ମୋଦୀ ସରକାର କହୁଛନ୍ତି ନାରୀ ନେତୃତ୍ୱରେ ସଶକ୍ତ ହେବ । ନାରୀ ମାନଙ୍କ ଦ୍ଵାରା ସଶକ୍ତିକରଣ କରାଯିବ ବୋଲି ମୋଦି କହିଛନ୍ତି । ୨୭ ବର୍ଷ ହେଲା ପଡ଼ି ରହିଥିବା ନାରୀ ବନ୍ଦନ ବିଧେୟକକୁ ୩ ଦିନରେ ପାରିତ କଲେ ମୋଦି । ୨୦୨୯ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳା ସାଂସଦ ଏବଂ ବିଧାୟକ ହେବେ । ୧୨ କୋଟି ଶୌଚାଳୟ ତିଆରି କରି ୧୨ କୋଟି ମହିଳାଙ୍କୁ ଜୀବନ ସାରା ପାଇଁ ସମ୍ମାନ ଦେଲେ । ଆଗାମୀ ଦିନରେ ଗ୍ୟାସ ସିଲିଣ୍ଡର ନୁହେଁ, ଗ୍ୟାସ ପାଇପ ଯୋଗ ଘରେ ପହଞ୍ଚିବ । ଜଳ ଜୀବନ ମିଶନ ହର ଘର ନଲ ସେ ଜଳ ଦେଶରେ ୧୧ କୋଟି ଘର ଏବଂ ଓଡ଼ିଶାରେ ୬୬ ଲକ୍ଷ ଘରକୁ ପାଇପ ଯୋଗେ ପାଣି ପହଞ୍ଚାଇଛନ୍ତି ମୋଦି । ଦେଶକୁ ୪ କୋଟି ପକ୍କାଘର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ୫ ବର୍ଷରେ ବିଜୁଳି ବିଲ ଶୂନ୍ୟ ହୋଇଯିବ । ପ୍ରତି ଘର ଉପରେ ପ୍ରଧାନମନ୍ତ୍ରୀ ସୌର ଘର ଯୋଜନାରେ ସୋଲାର ପ୍ୟାନେଲ ଲାଗିବ । ବଳକା ବିଜୁଳିକୁ ବିକ୍ରି କରି ରୋଜଗାର କରିପାରିବେ ଘରର ମହିଳା । ଶିକ୍ଷା କ୍ଷେତ୍ରରେ ୧୮ ପ୍ରତିଶତ ଝିଅଙ୍କ ଆଡ଼ମିଶନ ବଢିଛି । ଆଦିବାସୀ ସମାଜରେ ୩୦ ପ୍ରତିଶତ ଆଡ଼ମିଶନ ବଢିଛି । ମହିଳା ମାନଙ୍କୁ ଗର୍ଭ ଧାରଣ ଠାରୁ ଆରମ୍ଭ କରି ପିଲା ଜନ୍ମ ହେବା ଯାଏଁ ସ୍ବାସ୍ଥ୍ୟ ସହାୟତା ଦେଉଛନ୍ତି ମୋଦି ସରକାର । ଦେଶରେ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ସାମରିକ କ୍ଷେତରେ ମଧ୍ୟ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ସାମରିକ, ବୈଦେଶିକ ବ୍ୟାପାର ଏବଂ ଅର୍ଥ ମନ୍ତ୍ରୀ ମଧ୍ୟ ମହିଳା