ଆଜି ରାଜଧାନୀରେ ମେଗା ରୋଡ ସୋ । ସକାଳେ ରୋଡ ସୋ କରି ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସନ୍ଧ୍ୟାରେ ରୋଡ ସୋ କରିବେ ବିଜେଡି ସୁପ୍ରିମୋ

238

କନକ ବ୍ୟୁରୋ : ପ୍ରଚାର ଓ ରୋଡ ସୋରେ କମ୍ପିବ ରାଜଧାନୀ । ସକାଳେ ଓ ସନ୍ଧ୍ୟାରେ ଦୁଇ ଜଣ ବଡ ନେତା ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିବେ । ସକାଳେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଓ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ରେ କମ୍ପିବ ଭୁବନେଶ୍ୱର ।

ଆଜି ଭୁବନେଶ୍ୱରରେ ମେଗା ରୋଡ୍ ସୋ’ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୯ ନିର୍ବାଚନ ଭଳି ହାଇଟେକ୍ ବସରେ ପ୍ରଚାର କରିବେ ନବୀନ । ବସ୍ ଉପରକୁ ଉଠି ହାତ ହଲାଇ ଅଭିବାଦନ ନେବା ସହ ନିଜ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ସୂଚନା ଅନୁସାରେ, ସନ୍ଧ୍ୟା ସାଢ଼େ ୬ଟାରେ ୟୁନିଟ୍-୬ ଗଙ୍ଗନଗର ଛକରୁ ଆରମ୍ଭ ହେବ ରୋଡ୍ ସୋ’ । ୬ଟା ୩୦ରେ ଗୋପବନ୍ଧୁ ଛକରେ ସାଧାରଣ ଲୋକଙ୍କୁ କରିବେ ସମ୍ବୋଧନ । ପରେ ୬.୪୦ରେ ୟୁନିଟ୍-୮ ଡିଏଭି ସ୍କୁଲ ଛକରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ । ପରେ ୬.୫୦ରେ ସାଇକ୍ରିଷ୍ଣା କ୍ଲବ ଛକ, ଏଚଡିଏଫସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ ଓ ମମତାଜ ଅଲ୍ଲୀ ସ୍କୁଲ ଛକ ଏବଂ ୭ଟାରେ କଳିଙ୍ଗ ଷ୍ଟାଡିୟମ ଛକରେ ପହଂଚିବା ପରେ ଜନତାଙ୍କୁ ଦେବେ ସମ୍ବୋଧନ । ନିକୋ ପାର୍କ ଛକ ଦେଇ ୭ଟା ୧୫ରେ ବାୟାବାବା ମଠରେ ପହଞ୍ଚିବେ । ୭ଟା ୨୦ରେ ସତ୍ୟନଗର, ମାଷ୍ଟର କ୍ୟାଂଟିନ ଓ ପରେ ରାଜମହଲ ଛକରେ ପହଞ୍ଚିବ ନବୀନଙ୍କ ରୋଡ୍ ସୋ’ । ସନ୍ଧ୍ୟା ୭ଟା ୩୦ରେ ରାଜମହଲରେ ସରିବ ନବୀନଙ୍କ ରୋଡ୍ ସୋ’ ।