ଝାରସୁଗୁଡାରେ ବଢିଲା ବିଜେଡିର ଶକ୍ତି । ବିଜେପି ଛାଡି ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

2,757

କନକ ବ୍ୟୁରୋ : ନିର୍ବାଚନ ଯେତେ ପାଖେଇ ଆସୁଛି ଝାରସୁଗୁଡା ଲୋକସଭା କ୍ଷେତ୍ରରେ ବିଜେଡି ମଜବୁତ ହେବାରେ ଲାଗିଛି । ଜଣଙ୍କ ପରେ ଜଣେ ବିଜେପିର ବରିଷ୍ଠ ନେତା ଦଳଛାଡି ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି । ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ବିଜେଡିରେ ମିଶିଥିଲେ , ଆଜି ପୁଣି ବ୍ରଜରାଜନଗର ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆଜି ସେ ବିଜେଡିରେ ଯୋଗ ଦେଇଛନ୍ତି । ସେ ବିଜେପିରେ ଯୋଗ ଦେବା ପୂର୍ବରୁ ବିଜେପି ରାଜ୍ୟ ସଭାପତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।