ନ୍ୟୁଜକ୍ଲିକ ମାମଲାରେ ପ୍ରତିଷ୍ଠାତା ତଥା ସଂପାଦକଙ୍କୁ ଆଶ୍ୱସ୍ତି । ଗିରଫଦାରୀକୁ ଅମାନ୍ୟ କହିଲେ ସୁପ୍ରିମକୋଟ, ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ

77

କନକ ବ୍ୟୁରୋ : ନ୍ୟୁୟର୍କ ଟାଇମସର ଏକ ଅନୁସନ୍ଧାନମୂଳକ ରିପୋର୍ଟ ଆଧାରରେ ଗତବର୍ଷ ନ୍ୟୁଜକ୍ଲିକର ପ୍ରତିଷ୍ଠାତା ତଥା ସଂପାଦକ ପ୍ରବୀର ପୁରକାୟସ୍ଥ । ତାଙ୍କ ନାଁରେ ଥିଲା ସଂଗୀନ ଅଭିଯୋଗ    । କୋଟି କୋଟି ଟଙ୍କାର ଟେରର ଫଣ୍ଡିଂ,ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା । ଏବେ ୮ମାସ ପରେ ପ୍ରବୀରଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ଗିରଫଦାରୀକୁ ବେଆଇନ କହି ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ମାମଲାରେ ରିମାଣ୍ଡ କପି ଉପସ୍ଥାପନ କରାଯାଇନି ଗିରଫ ବାବଦରେ କୌଣସି ସୂଚନା କୋର୍ଟରେ ଦିଆଯାଇନି ।ଏହାର ଅର୍ଥ ବିନା ପ୍ରମାଣରେ ପ୍ରବୀରଙ୍କୁ ଗିରଫ କରାଯାଇଥିଲା ।

ମାମଲାରେ ଚାର୍ଜସିଟ ଦାଖଲ ହୋଇସାରିଥିବାରୁ ପ୍ରବୀରଙ୍କୁ ଜାମିନରେ ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ କ’ଣ ଏହି ନ୍ୟୁଜକ୍ଲିକ?କାହିଁକି ପ୍ରତିଷ୍ଠାତା ତଥା ସଂପାଦକଙ୍କୁ ଗିରଫ କରାଯାଇଥିଲା?

ଜେଲରୁ ମୁକୁଳିବେ ପ୍ରବୀର
-ନ୍ୟୁଜକ୍ଲିକ୍ ଏକ ନ୍ୟୁଜ ପୋର୍ଟାଲ ଅଟେ
-ଟେରର ଫଣ୍ଡିଂ ଅଭିଯୋଗରେ ଗତବର୍ଷ ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ ତଦନ୍ତ କରିଥିଲା
-ୟୁଏପିଏ ଓ ଆଇପିସି ଧାରାରେ ନ୍ୟୁଜ କ୍ଲିକ ବିରୋଧରେ ମାମଲା ରୁଜୁ ହୋଇଥିଲା
-୩ ବର୍ଷରେ ୩୯କୋଟି ଟଙ୍କାର ବିଦେଶୀ ଫଣ୍ଡିର ଅଭିଯୋଗ
-ନ୍ୟୁଜକ୍ଲିକକୁ ଚୀନଠୁ ମୋଟା ଅଙ୍କର ପାଣ୍ଠି ମିଳିଥିଲା
-ଚୀନଠୁ ଅର୍ଥ ନେଇ ଭାରତ ବିରୋଧୀ କାର୍ଯ୍ୟକଳାପ କରାଯାଉଥିବା ଅଭିଯୋଗ
-ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ନେଭିଲ ରାୟ ସିଂଘମ ମୁଖ୍ୟ ସୂତ୍ରଧର

ଟେରର ଫଣ୍ଡିଂ ଅଭିଯୋଗ ଘଟଣାକୁ ନେଇ ଲୋକସଭାରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ମାମଲାରେ କଂଗ୍ରେସର ସମ୍ପୃକ୍ତି ଅଭିଯୋଗ ଆଣିଥିଲା ବିଜେପି । ମୋଦୀ ସରକାରର ବିରୋଧୀ ଖବର ଓ ବିଚାରଧାରର ପ୍ରସାର ପାଇଁ କଂଗ୍ରେସ ମଧ୍ୟ ଚୀନଠୁ ପାଣ୍ଠି ନେଉଥିବା ଦଳ ଅଭିଯୋଗ କରିଥିଲା । ଦୁଇଜଣ ସାମ୍ବାଦିକଙ୍କୁ ଜେରା ସମୟରେ ସେମାନ କିଛି କଂଗ୍ରେସ ନେତାଙ୍କ ସମ୍ପୃକ୍ତି ଥିବା କହିଥିବା ବିଜେପି ଦାବି କରିବା ପରେ ଘଟଣାରେ ଲାଗିଥିଲା ରାଜନୀତିର ରଙ୍ଗ ।