ନିଆରା ଅନ୍ଦାଜରେ ନାମାଙ୍କନ ଭରିବାକୁ ଗଲେ ବାଲେଶ୍ୱର ଲୋକସଭା ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ଘୋଡାରେ ବସି କଲେ ରୋଡ୍ ସୋ ।

3,679

କନକବ୍ୟୁରୋ : ବାଲେଶ୍ୱର ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । ଏଥିପାଇଁ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି । ହଜାର ହଜାର ସମର୍ଥକଙ୍କୁ ନେଇ ବିଶାଳ ରାଲି କରୁଛନ୍ତି ବରିଷ୍ଠ ବିଜେପି ନେତା । ତେବେ ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଘୋଡା ପିଠିରେ ବସି ରାଲି କରୁଥିବାର ନଜର ଆସିଛନ୍ତି ନନା ।