କଂଗ୍ରେସ ନେତା ତଥା ଝାଡଖଣ୍ଡ ମନ୍ତ୍ରୀ ଆଲମଗିରି ଆଲମ ଗିରଫ । -ଦୁଇଦିନର ପଚରାଉଚରା ପରେ ଇଡିର କାର୍ଯ୍ୟାନୁଷ୍ଠାନ

115

କନକ ବ୍ୟୁରୋ : କଂଗ୍ରେସ ନେତା ତଥା ଝାଡଖଣ୍ଡର ମନ୍ତ୍ରୀ ଆଲମଗିରି ଆଲମକୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବା ପରେ ଗିରଫ କରିଛି । ଆଲମଙ୍କ ସଚିବଙ୍କ ଚପରାଶିଙ୍କ ଘରୁ କିଛିଦିନ ତଳୁ ୩୭ କୋଟିରୁ ଅଧିକ ଟଙ୍କା ମିଳିଥିଲା । ଏହାପରେ ଆଲମଗିରି ଆଲମଙ୍କୁ ପଚରାଉଚରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଆଲମଗିରିଙ୍କୁ ଗତକାଲି ଇଡି ୧୦ ଘଂଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା । ଝାଡଖଣ୍ଡରେ ଆଲମଗିରି ଆଲମ ଗ୍ରାମୀଣ ବିକାଶ ମନ୍ତ୍ରୀ ଅଛନ୍ତି । ଆଜି ତାଙ୍କୁ ଦିନ ୧୧ଟାରୁ ପଚରାଉଚରା କରାଯାଉଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଗତ ୬ ତାରିଖରେ ଆଲମଗିରି ଆଲମଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ଲାଲାଙ୍କ ଘରେ କାମ କରୁଥିବା ଚପରାଶି ଜାହାଙ୍ଗୀର ଆଲମଙ୍କ ଆପାର୍ଟମେଂଟରେ ଚଢାଉ କରିଥିଲା ଇଡି । ଏହି ସମୟରେ ୩୭ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା । ସଂଜୀବ ଲାଲ ଓ ଜାହାଙ୍ଗୀର ଆଲମ ଗିରଫ ହୋଇଥିଲେ । ଟଙ୍କା ଗଣିବାକୁ ଅନେକ ମେସିନ ଲଗାଯାଇଥିଲା । ସବୁ ନୋଟ୍ ୫ ଶହ ଟଙ୍କିଆ ଥିଲା ।

ଆଲମଗିରି ଆଲମ କିଏ ଓ ପୁରା ମାମଲା କଣ ଥିଲା ?
-ଝାଡଖଣ୍ଡ ମନ୍ତ୍ରୀ ଆଲମଗିରି ଆଲମ ଗିରଫ
-୬ ତାରିଖରେ ଆଲମଙ୍କ ବ୍ୟକ୍ତିଗତ ସଚିବଙ୍କ ଚପରାଶିଙ୍କ ଆପାର୍ଟମେଂଟରୁ ମିଳିଥିଲା ୩୭ କୋଟିରୁ ଅଧିକ ଟଙ୍କା
-ମନି ଲଣ୍ଡରିଂ ମାମଲାରେ ଏହି ଚଢାଉ ହୋଇଥିଲା
-ଟଙ୍କା ଗଣି ଗଣି ଇଡି ହାଲିଆ ହୋଇଥିଲା
-ଚପରାଶିଙ୍କ ଘରୁ କିଛି ଅଳଙ୍କାର ବି ଜବତ ହୋଇଥିଲା
-ଆଲମଗିରି ଆଲମ ୪-୪ ଥର ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି
-୨୦୦୬ରୁ ୨୦୦୯ ଯାଏଁ ଝାଡଖଣ୍ଡ ବିଧାନସଭାର ଅଧ୍ୟକ୍ଷ ବି ଥିଲେ
-୨୦୦୦ ମସିହାରେ ପ୍ରଥମ ଥର ଲାଗି ବିଧାୟକ ହୋଇଥିଲେ
-ହେମନ୍ତ ସୋରେନଙ୍କ ସରକାରରେ ମନ୍ତ୍ରୀ ଥିଲେ
-ଚମ୍ପଇ ସୋରେନ ସରାକରରେ ବି ମନ୍ତ୍ରୀ ଅଛନ୍ତି ଆଲମଗିରି ଆଲମ
-କଂଗ୍ରେସ କୋଟାରୁ ମନ୍ତ୍ରୀ ଅଛନ୍ତି ଆଲମଗିିରି ଆଲମ