ପୁଣି କମାଲ କଲେ ନୀରଜ ଚୋପ୍ରା । ଅଲମ୍ପିକ ପୂର୍ବରୁ ଫର୍ମକୁ ଫେରିଲେ ନୀରଜ, ଜିତିଲେ ସ୍ୱର୍ଣ୍ଣ

223

କନକ ବ୍ୟୁରୋ : ଆଥଲେଟିକ୍ସ ଫେଡେରେଶନ କପ୍ ୨୦୨୪ ରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭୁବନେଶ୍ୱରରେ ଚାଲିଥିବା ଏହି କପରେ ନୀରଜ ୮୨.୨୭ ମିଟର ଜାଭଲିନ୍ ଥ୍ରୋ କରି ସଫଳତା ହାସଲ କରିଛନ୍ତି । ଡୋପୀ ମନୁଙ୍କୁ ପଛରେ ପକାଇ ନୀରଜ ସ୍ୱର୍ଣର୍ ପଦକ ଜିତିଛନ୍ତି ।

ଭାରତର ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ୨୭ ତମ ନ୍ୟାସନାଲ ଫେଡେରେସନ କପରେ ସୁନ୍ଦର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ପ୍ୟାରିସ ଅଲମ୍ପିକ ୨୦୨୪ ପୂର୍ବରୁ ନୀରଜ ଫର୍ମକୁ ଫେରିବା ଭାରତ ପାଇଁ ପୁଣି ଆଶା ସଂଚାର କରିଛି ।