ପଦ୍ମପୁର ବିଜୟ ପରେ ଶାଶୂଘରେ ବର୍ଷା ସିଂ ବରିହା: ଶାଶୂ ଶ୍ୱଶୂରଙ୍କଠାରୁ ନେଲେ ଆଶୀର୍ବାଦ

879

କନକ ବ୍ୟୁରୋ: ପଦ୍ମପୁର ବିଜୟ ପରେ ଶାଶୂଘରେ ବର୍ଷା ସିଂ ବରିହା । ରମାବଳିଆର ସିଂହଙ୍କ ଘରେ ବିଧାୟିକା ବର୍ଷା ସିଂ ବରିହା । ନିର୍ବାଚନ ଜିତିବା ପରେ ଶାଶୂ ଶ୍ୱଶୂରଙ୍କଠାରୁ ନେଲେ ଆଶୀର୍ବାଦ । ବୋହୂକୁ ସ୍ୱାଗତ କଲେ ଶାଶୂ ଓ ଶ୍ୱଶୂର ରମା ବଳିଆର ସିଂହ । ବର୍ଷା କହିଲେ, ବିଜୟ ହେବା ପରେ ମୋତେ ବହୁତ ଖୁସି ଲାଗୁଛି । ନବୀନ ନିବାସ ଯିବାର ଅଛି । ବାପାଙ୍କ ପରି ଲୋକଙ୍କ ସେବା କରିବି । ଲୋକଙ୍କ ଭରସା ଓ ବିଶ୍ୱାସ ଭାଙ୍ଗିବିନି ।

ବୋହୂ ଘରେ ପହଞ୍ଚିବା ପରେ ବୟାନ ଦେଇଛନ୍ତି ଶ୍ୱଶୂର ତଥା ବିଜେପି ନେତା ରମା ବଳିଆର ସିଂ । ଗୋଟିଏ ପରିବାରରେ ଭିନ୍ନ ଭିନ୍ନ ଦଳର ଲୋକ ଥାନ୍ତି । ତେଣୁ ଆମ ଘରେ ବି ସେଇ ଘଟଣା ଦେଖିବାକୁ ମିଳିଛି । ସେ ତା ଦଳରେ ରହିବ ମୁଁ ମୋ ଦଳରେ ରହିବି । ବର୍ଷାର ଅଭିଜ୍ଞତା ଥାଇ ନପାରେ ହେଲେ ଅନୁଭବ ଅଛି ।