ରବିନ୍ଦ୍ରନଙ୍କ ବାୟଜୁର ୩ଟି କାର୍ଯ୍ୟାଳୟ ଉପରେ ଇଡିର ଚଢାଉ, ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ ଉଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ

143

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳ ତରଫରୁ ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ନିୟମର ଉଲଙ୍ଘନ କରିଥିବା ଅଭିଯୋଗରେ ରବିନ୍ଦ୍ରନଙ୍କ ବାୟଜୁ ଓ ତାଙ୍କ କମ୍ପାନୀ ‘ଥିଙ୍କ୍ ଆଣ୍ଡ ଲର୍ନ ପ୍ରାଇଭେଟ ଲିମିଟେଡ’ ବେଙ୍ଗାଲୁରୁର ୨ଟି ବ୍ୟବସାୟୀକ ପ୍ରତିଷ୍ଠାନ ଓ ଗୋଟିଏ ବାସଭବନ ଉପରେ ଚଢାଉ ଓ ଜବତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । କମ୍ପାନୀ ବାୟଜୁ ନାମରେ ଲୋକପ୍ରିୟ ଅନ୍ ଲାଇନ ଏଜୁକେଶନ ପୋର୍ଟାଲ ଚଳାଉଛି । ଚଢାଉ ଓ ଜବତ କାର୍ଯ୍ୟାନୁଷ୍ଠାନ ବେଳେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା ଜବତ କରାଯାଇଛି । ଇଡି ତରଫରୁ କୁହାଯାଇଛି କି, କମ୍ପାନୀ ଆର୍ଥିକ ବର୍ଷ ୨୦୨୧-୨୧ ରେ ନିଜର ଆର୍ଥିକ କାରବାରର ବିବରଣୀ ପ୍ରସ୍ତୁତ କରିନାହିଁ ଓ ଖାତାର ଅଡିଟ୍ କରାଯାଇ ନାହିଁ । ଏହା କରିବା ଅର୍ନିବାର୍ଯ୍ୟ ବୋଲି ଇଡି ତରଫରୁ କୁହାଯାଇଛି ।

ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ ଉଲଙ୍ଘନ ମାମଲାରେ ଇଡି କହିଛି କି କମ୍ପାନୀ ୨୦୧୧ ରୁ ୨୦୨୩ ମଧ୍ୟରେ ପାଖାପାଖି ୨୮ ହଜାର କୋଟି ଟଙ୍କାର ପ୍ରତ୍ୟେକ୍ଷ ବିଦେଶୀ ନିବେଶ ପାଇଛି । ଏହା ବ୍ୟତୀତ କମ୍ପାନୀ ତରଫରୁ ବିଦେଶକୁ ୯୭୫୪ କୋଟି ଟଙ୍କା ପଠାଯାଇଛି । ଏହି ସମୟ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନାଁରେ କମ୍ପାନୀ ବିଜ୍ଞାପନ ଓ ମାର୍କେଟିଂ ଖର୍ଚ୍ଚ ନାମରେ ପ୍ରାୟ ୯୪୪ କୋଟି ଟଙ୍କା ବୁକ୍ କରିଛି । ଯେଉଁଥିରେ ବିଦେଶୀ ଅଧିକାରୀଙ୍କୁ ପଠାଯାଇଥିବା ରାଶି ମଧ୍ୟ ସାମିଲ ରହିଛି ।

ଇଡି କହିଛି କି, କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ଡାଟାର ସତ୍ୟତା ଉପରେ ବ୍ୟାଙ୍କଗୁଡିକ ଦ୍ୱାରା ଯାଂଚ କରାଯାଉଛି । ବିଭିନ୍ନ ବେସରକାରୀ ବ୍ୟକ୍ତିଙ୍କ ଠାରୁ ଆସିଥିବା ଅଭିଯୋଗ ଆଧାରରେ ଫୋରମ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା । ଇଡି ଦ୍ୱାରା କରାଯାଇଥିବା ତଦନ୍ତ ସମୟରେ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ରବିନ୍ଦ୍ର ବାଇଜୁଙ୍କୁ ଅନେକ ନୋଟିସ କରାଯାଇଥିଲା । କିନ୍ତୁ ସେ ସର୍ବଦା ପଛଘୁଞ୍ଚା ଦେବା ସହ ତଦନ୍ତ ସମୟରେ ହାଜର ହୋଇନଥିଲେ ।