ବରିଷ୍ଠ ରାଜନେତା ଗୁଲାମ ନବୀଙ୍କ ବହିରେ ଲୁଲୁ ମହାପାତ୍ରଙ୍କ କଥା : ଝିଅ ଉପାସନା ବହି ପଢି ହେଲେ ଭାବବିହ୍ୱଳ; ଟ୍ୱିଟ୍ କରି ଦେଲେ ଧନ୍ୟବାଦ

558

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ବହିରେ ଲୁଲୁ ମହାପାତ୍ରଙ୍କ ସ୍ମୃତି ଚାରଣ । ଗୁଲାମ ‘ଆଜାଦ’ ନାମକ ଏକ ବହି ଲେଖିଛନ୍ତି । ଯେଉଁଥିରେ ସେ ମହାବାତ୍ୟା ବେଳର କଥା ଲେଖିଛନ୍ତି । କିଭଳି ସେ ଆସିଥିଲେ, ବିମାନ ବନ୍ଦରରେ କିଭଳି ସ୍ଥିତି ଥିଲା ଓ ସେ ରହୁଥିବା ଗେଷ୍ଟ ହାଉସରେ କିଭଳି ଅନ୍ଧାର ଥିଲା ସେ ବାବଦରେ ଲେଖିଛନ୍ତି ଗୁଲାମ ନବୀ । ଯାହାକୁ ପଢି ଭାବବିହ୍ୱଳ ହୋଇଛନ୍ତି ଲୁଲୁଙ୍କ ଝିଅ ଉପାସନା ।

ବହିରେ ଲୁଲୁ ଓ ରାଜ୍ୟର ଅନ୍ୟ ନେତାଙ୍କ ସମ୍ପର୍କରେ ମଧ୍ୟ ଗୁଲାମ ନବୀ ଉଲ୍ଲେଖ କରିଛନ୍ତି । ମହାବାତ୍ୟା ସମୟରେ ଓଡିଶା ଆସିଥିଲେ କେନ୍ଦ୍ରମନ୍ତ୍ରୀ ଗୁଲାମ । ବିମାନ ବନ୍ଦରରେ ସେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱାଗତ କରାଯାଇନଥିଲା କିନ୍ତୁ ଲୁଲୁ ଓ ତାଙ୍କ ସମର୍ଥକ କିଭଳି ସ୍ୱାଗତ କରିଥିଲେ ସେ ବାବଦରେ ଗୁଲାମ ନବୀ ଲେଖିଛନ୍ତି । ଶହ ଶହ ସମର୍ଥକଙ୍କୁ ଆଣି ଗୁଲାମଙ୍କୁ ପାଛୋଟି ଆଣିଥିଲେ ଲୁଲୁ । ଯାହା ଦେଶର ଏହି ବରିଷ୍ଠ ନେତା ତାଙ୍କ ବହିରେ ଲେଖିଛନ୍ତି । ଲୁଲୁଙ୍କ ଝିଅ ଉପାସନା ଟ୍ୱିଟ୍ କରି ବହିରେ ତାଙ୍କ ବାପାଙ୍କ ବାବଦରେ ଲେଖାଥିବା କଥା କହିଛନ୍ତି । ଏଥିପାଇଁ ସେ ଗୁଲାମନବୀ ଆଜାଦଙ୍କୁ ଧନ୍ୟବାଦ ଦେଇଛନ୍ତି ।