ଘରେ ପଶିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ; ମାଥିଲି ଥାନାରେ ଡ୍ରାଇଭର ଅଟକ

367

କନକ ବ୍ୟୁରୋ : ମାଥିଲି ଥାନା ସମ୍ମୁଖରେ ଘର ଭିତରକୁ ପଶିଗଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ସହଦେବ ନାୟକଙ୍କ ପରିବାର ଲୋକେ । ଭାରସାମ୍ୟ ହରାଇ ଟ୍ରକଟି ଘର ଭିତରେ ପଶିଯାଇଥିଲା । ମାଲକାନଗିରିରୁ ଜୟପୁର ଅଭିମୁଖେ ଟ୍ରକଟି ଯାଉଥିବା ବେଳେ ଏଭଳି ଏକ ଦୁର୍ଘଟଣା ଘଟିଛି । ପରେ ଘଟଣାସ୍ଥଳରୁ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ମାଥିଲି ଥାନାରେ ଅଟକ ରଖାଯାଇଛି ।