ଅସୁରକ୍ଷିତ ରୋଗୀ ସେବା : ରୋଗୀଙ୍କ ଷ୍ଟିଜ କରୁଛନ୍ତି ସିକ୍ୟୁରିଟି ଗାର୍ଡ; ସ୍ୱାସ୍ଥ୍ୟ ସେବାକୁ ନେଇ ଉଠିଲା ପ୍ରଶ୍ନ

342

କନକ ବ୍ୟୁରୋ : ରୋଗୀଙ୍କ ଷ୍ଟିଜ ପକାଉଛନ୍ତି ହସ୍ପିଟାଲର ସିକ୍ୟୁରିଟି ଗାର୍ଡ । ଯାହା ସ୍ୱାସ୍ଥ୍ୟସେବା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ହେଉଛି ଯାଜପୁର ରୋଡ୍ ମେଡିକାଲର ଚିତ୍ର । ଯେଉଁଠି ଡାକ୍ତର ସାଙ୍ଗକୁ ଆବଶ୍ୟକ କର୍ମଚାରୀ ଅଭାବ ଥିବାରୁ ହସ୍ପିଟାଲର ସିକ୍ୟୁରିଟି ଦୁର୍ଘଟଣାରେ ଆହତଙ୍କ ଷ୍ଟିଜ ପକାଉଛନ୍ତି । ଗତକାଲି ଅପରାହ୍ନରେ ଦୁର୍ଘଟଣାର ଶିକାର ହେବା ପରେ ଦୁଇ ଜଣ ହସ୍ପିଟାଲକୁ ଆସିଥିଲେ ।

ଆହତଙ୍କ ହାତ ଗୋଡ ଖଣ୍ଡିଆ ଖବରା ହୋଇଥିବା ବେଳେ ମୁଣ୍ଡରୁ ରକ୍ତସ୍ରାବ ହୋଇଥିବାର ସୂଚନା ରହିଛି । ଡ୍ରେସିଂ ରୁମରେ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ସିକ୍ୟୁରିଟି ଗାର୍ଡ ଛୁଞ୍ଚି ସୂତା ଧରି ରୋଗୀଙ୍କ କ୍ଷତ ସ୍ଥାନରେ ଷ୍ଟିଜ ପକାଉଥିବା ଦେଖିବାକୁ ମିଳିଛି । ଜଣେ ଅଣତାଲିମପ୍ରାପ୍ତ ବ୍ୟକ୍ତି ଆହତଙ୍କ ଚିକିତ୍ସା କରିବା କେତେ ଜରୁରୀ ଏହା ଏବେ ଆଲୋଚନାର ବିଷୟ । ଯାହା ଆମ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଅଙ୍ଗୁଳି ଉଠାଇବା ସହିତ ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀର ଅଭାବକୁ ଦର୍ଶାଇଛି ।