ବିପର୍ଯ୍ୟୟ ଆଣିପାରେ ବିପତି ! ଘଣ୍ଟାପ୍ରତିି ୩କିଲୋମିଟର ବେଗରେ ସ୍ଥଳଭାଗ ମୁର୍ହାଁ ହେଉଛି ଅତି ଭୀଷଣ ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ

6,303

କନକ ବ୍ୟୁରୋ : ବିପର୍ଯ୍ୟୟ ଆଣିପାରେ ବିପତି । ଅତି ଭୀଷଣ ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ମଧ୍ୟ ପୂର୍ବ ଆରବ ସାଗରେ ବର୍ତମାନ ଘଂଟାପ୍ରତି ୩କିଲୋମିଟ ବେଗରେ ସ୍ଥଳଭାବ ମୁର୍ହାଁ ହେଉଛି । ଏହା ବର୍ତମାନ ଉତର ଦିଗରେ ଗତି କରୁଛି । ଗୋଆଠାରୁ ପଶ୍ଚିମ ଓ ଉତର-ପଶ୍ଚିମରେ ୭ଶହ କିଲୋମିଟ ଏବଂ ମୁମ୍ବାଇଠାରୁ ପଶ୍ଚିମ ଓ ଦକ୍ଷିଣପଶ୍ଚିମ ୬୨୦ କିଲୋମିଟ ଦୂରରେ ରହିଛି ।

ସେହିପରି ଗୁଜରାଟର ପୋରବନ୍ଦର ଠାରୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମଠାରୁ ୫୮୦ କିଲୋମିଟର ଦୂରରେ ରହିଥିବାବେଳେ ପାକିସ୍ତାନର କରାଚୀଠାରୁ ୮୯୦କିଲୋମିଟ ଦକ୍ଷିଣରେ ରହିଛି । ଭାରତୀୟ ପାଣିପାଗ ବିଭାଗର ଅପରାହ୍ନ ୨ଟା ୩୦ କରିଥିବା ଆକଳନ ଅନୁଯାୟୀ ଆସନ୍ତା ୧୨ଘଂଟା ମଧ୍ୟରେ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ ବା ଏକ୍ସଷ୍ଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟମର ରୂପରେ ନେବାର ସମ୍ଭାବନା ରହିଛି । ପରେ ଏହା ଉତର ଓ ପୂର୍ବଉତର ଦିଗରେ ଗତି କରିପାରେ ଓ ପରିବର୍ତୀ ୩ଦିନ ଉତର ଓ ପଶ୍ଚିମ ଉତର ଦିଗରେ ଗତି କରିବାର ସମ୍ଭାବନା ରହିଛି ।

ତେବେ ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ ସେ ବିଷୟରେ ଆଇଏମଡି କୌଣସି ସୂଚନା ଦେଇନି । ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡରେ ରୂପ ନେବା ପରେ ଏହି ବାତ୍ୟା ପ୍ରଭାବରେ ପବନରଘଂଟା ପ୍ରତି ଗତି ୧୬୫ରୁ ୧୭୫କିଲୋମିଟର ଓ ସ୍ଥଳବିଶେଷରେ ୧୯୫ କିଲୋମିଟର ଛୁଇଁପାରେ । ସୌରାଷ୍ଟ୍ର ଓ କଛ ଉପକୂଳରେ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ୫୦ରୁ ୬୦ କିଲୋମିଟର ଓ ଝଟକା ପବନର ବେଗ ୭୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ଆଇଏମଡି ଆକଳନ କରିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି ଓ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।