ହାଟରେ ବୋମାମାଡ । ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍ ।

491

କନକ ବ୍ୟୁରୋ: ସାପ୍ତାହିକ ହାଟରେ ବୋମାମାଡ । କାମାକ୍ଷାନଗର ଥାନା ଜିରାଳ ହାଟରେ ହୋଇଛି ଏହି ବୋମାମାଡ । ଜଣେ ଗୋରୁ ବ୍ୟବସାୟୀଙ୍କ ଉପରକୁ ବୋମା ମାଡ କରି ୬ ଦୁର୍ବୃତ ଲୁଟ୍ କରିଛନ୍ତି । ଆଜି ସକାଳେ ଏକ ବୋଲେରୋ ଯୋଗେ ବାରିପଦାର ୫ ଜଣ ବ୍ୟବସାୟୀ ଗୋରୁ କିଣିବାକୁ ଆସିଥିଲେ ଜିରାଳ ହାଟ । ହଠାତ ୬ ଜଣ ଦୁର୍ବୃତ୍ତ ବୋଲେରୋ ନିକଟକୁ ଆସି ବୋମାମାଡ କରିଥିଲେ । ଏହାପରେ ଗାଡିର ଡ୍ରାଇଭରଙ୍କୁ ମାଡ ମାରି ବୋଲେରୋ ନେଇ ଫେରାର ହୋଇଯାଇଛନ୍ତି । ବ୍ୟବସାୟୀ ଗୋରୁ କିଣିବାକୁ ସାଙ୍ଗରେ ଆଣିିଥିବା ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ କାମାକ୍ଷନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିିଛି ।