ନିର୍ବାଚନ ଆଗରୁ ୨ ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି । ରାଉରକେଲା ଏସପି ହେଲେ ବ୍ରିଜେଶ ରାଓ, ଅନୁଗୁଳରେ ଉମାଶଙ୍କର ଦାସ ।

ପ୍ରକାଶ ରାଓ - କଟକ ଡିସିପି

299

କନକ ବ୍ୟୁରୋ: ରାଉରକେଲା, ଅନୁଗୁଳରେ ନୂଆ ଏସପି ଏବଂ କଟକରେ ଡିସିପି ନିଯୁକ୍ତ ହେଲେ ନିର୍ବାଚନ କମିଶନ । ରାଉରକେଲା ଏସପି ଭାବେ ବ୍ରିଜେଶ କୁମାର ରାୟ, ଡକ୍ଟର ଉମାଶଙ୍କର ଦାସ ଅନୁଗୁଳ ଏସପି ଏବଂ କଟକ ଡିସିପି ଭାବେ ପ୍ରକାଶ ଆର ନିଯୁକ୍ତ ହୋଇଛନ୍ତି । ନୂଆ ନିଯୁକ୍ତି ବାବଦରେ ନିର୍ବାଚନ କମିଶନ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

ନିକଟରେ ରାଜ୍ୟର ୨ ଜିଲ୍ଲାପାଳ, ୫ ଏସପିଙ୍କ ସମେତ କେନ୍ଦ୍ରାଞ୍ଚଳ ଆଇଜିଙ୍କୁ ନିର୍ବାଚନ କାମରୁ ହଟାଇଥିଲେ ନିର୍ବାଚନ କମିସନ । ଯେଉଁଥିରେ ରାଉରକେଲା, ଅନୁଗୁଳରେ ଏସପି ଏବଂ କଟକର ଏସପି ଥିଲେ ।