ତୋମାରଙ୍କୁ ପାଲଟା ପ୍ରଶ୍ନ ପଚାରିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। କହିଲେ ମୁଖ୍ୟମନ୍ତ୍ରୀଙ୍କ ଚାପ ଓ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ହକ୍ ଦେବାକୁ ବାଧ୍ୟ ହେଲା କେନ୍ଦ୍ର ।

657

କନକ ବ୍ୟୁରୋ: ପଦ୍ମପୁର ପ୍ରଚାର ସଭାରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ଟାର୍ଗେଟ କରିବା ପରେ, ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ପ୍ରାର୍ଥୀ । ବର୍ଷା ସିଂ ବରିହା କହିଛନ୍ତି ଯେ, ଗତ ୧୫ ମାସ ହେଲା ଚାଷୀଙ୍କୁ ସେମାନଙ୍କ ହକ ଦେବା ପାଇଁ ଦାବି କରି କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଆସୁଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ଚାପ ଓ ଚାଷୀ ଆନ୍ଦୋଳନ ଫଳରେ ଫସଲ ବୀମା ବାବଦ ହକ ପାଉଛନ୍ତି ଚାଷୀ । ତେଣୁ ଏଥିରେ କେନ୍ଦ୍ର ସରକାରଙ୍କ ବାହାଦୂରୀ କଣ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।