ମାହାଙ୍ଗାରେ ମୁହାଁମୁହିଁ ବିଜେଡି-ବିଜେପି। ପାନୀୟ ଜଳ ପ୍ରକଳ୍ପ ଓ ଜରିଆ ଝିଲି ପ୍ରକଳ୍ପକୁ ନେଇ ବୟାନବାଜି।

88

କନକ ବ୍ୟୁରୋ : କଟକ ଜିଲ୍ଲା ମାହାଙ୍ଗାରେ ମୁହାଁମୁହିଁ ବିଜେଡି-ବିଜେପି ନେତା । ମେଗାପାନୀୟ ଜଳପ୍ରକଳ୍ପ ଓ ଜରିଆ ଝିଲି ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ବିଜେପି ନେତା ଶାରଦା ପ୍ରଧାନ । ୨୧୮ କୋଟିର ମାହାଙ୍ଗା ମେଗା ପାନୀୟ ଜଳ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବା ସହ ଜରିଆ ଝିଲି ପ୍ରକଳ୍ପ ପାଇଁ ୧୧ କୋଟିରୁ ଅଧିକ ବ୍ୟୟବରାଦ ହୋଇଥିବା କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଜେନା ।

ବିଧାୟକଙ୍କ ଏହି ସମୀକ୍ଷା ଓ ବୟାନକୁ ସମାଲୋଚନା କରିଛନ୍ତି ବିଜେପି ନେତା ଶାରଦା ପ୍ରଧାନ । କହିଛନ୍ତି, ବିଧାୟକ ଯେତେବେଳେ ମନ୍ତ୍ରୀ ଥିଲେ, ସେତେବେଳେ ସମୀକ୍ଷା କରୁନଥିଲେ, କିନ୍ତୁ ମନ୍ତ୍ରୀ ପଦ ଯିବା ପରେ କାହିଁକି ତରବରିଆ ଭାବେ ପ୍ରକଳ୍ପର ଅନୁଧ୍ୟାନ କରୁଛନ୍ତି, ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି । ଖାଲି ସେତିକି ନୁହେଁ ଆଗରୁ ଜରିଆ ଝିଲି ପ୍ରକଳ୍ପ କଥା ମନେ ପଡୁନଥିଲା, ୧୩ ବର୍ଷ ପରେ ମାହାଙ୍ଗା ବିଧାୟକଙ୍କ ମନେ ପଡିବା ଦୁର୍ଭାଗ୍ୟଜନକ ବୋଲି ବିଜେପି ନେତା ଅଭିଯୋଗ କରିଛନ୍ତି ।