ଆତଙ୍କୀ ଆକ୍ରମଣ ପରେ ଏବେ ଜୋରଦାର ସର୍ଚ୍ଚ ଅପରେସନ୍ । ରଜୌରୀ ଓ ପୁଂଛରେ ତନ୍ନତନ୍ନ କରି ଖୋଜୁଛନ୍ତି ସୁରକ୍ଷାକର୍ମୀ, ୨ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ।

161

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୪ ଯବାନ ସହିଦ ହେବା ପରେ ଏବେ ସେଠାରେ ଜୋରଦାର ଖାନତଲାସି ଜାରି ରହିଛି । ପୁଂଚ ଓ ରାଜୌରିରେ ଏହି ତଲାସି ଚାଲିଛି । ସେଠାରେ ଏବେବି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି, ଆଉ ଆତଙ୍କୀଙ୍କୁ ଖୋଜି ନିପାତ କରିବାକୁ ପ୍ରୟାସ କରୁଛନ୍ତି ସୁରକ୍ଷାକର୍ମୀ । ଉଭୟ ଜିଲ୍ାରେ ଇଂଟରନେଟ୍ ସେବାକୁ ବନ୍ଦ ରଖାଯାଇଛି । ସେପଟେ କେମିତି ଏତେ ବଡ଼ ଆତଙ୍କୀ ଆକ୍ରମଣ ହେଲା, ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଗଲା କି?ତାର ଏବେ ବିଶ୍ଳେଷଣ କରାଯାଉଛି ।

ଗୁରୁବାର ଧିୟାର ମୋର ନିକଟରେ ପାସ୍ କରିବା ବେେ ୨ଟି ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଫଳରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଘଟଣାସ୍ଥଳରେ ୩ଟି ସନ୍ଦିଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଏହି ୩ଟି ମୃତଦେହ ହୁଏତ ଆତଙ୍କବାଦୀଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟଏକ ଚିନ୍ତାଜନକ ଘଟଣା ସାମ୍ନକୁ ଅସିଛି । ଏହି ଆତଙ୍କୀ ଆକ୍ରମଣରେ ଯେଉଁ ବନ୍ଧୁକ ବ୍ୟବହାର କରାଯାଇଛି, ତାହା ଆମେରିକା ତିଆରି । ଆମେରିକା ନିର୍ମିତ ଏମ୍-୪ କାର୍ବାଇନ୍ ଏହି ଆକ୍ରମଣରେ ବ୍ୟବହାର କରିଥିଲେ ଆତଙ୍କୀ ।