କୁଶଭଦ୍ରା ନଦୀରେ ୨୫ ଫୁଟର ଘାଇ : ୮ଟି ପଞ୍ଚାୟତ ଜଳମଗ୍ନ, ୫୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ

118

କନକ ବ୍ୟୁରୋ : କୁଶଭଦ୍ରା ନଦୀବନ୍ଧରେ ଘାଇ । ଜଳମଗ୍ନ ହେବ ୭ ପଞ୍ଚାୟତ । ପ୍ରଭାବିତ ହେଲେ ୫୦ ହଜାର ଲୋକେ । ଘାଇଟି ବଢୁଥିବା ବେଳେ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଲାଣି । ଜଳସମ୍ପଦ ବିଭାଗ ଅବହେଳା ଯୋଗୁ ଘାଇ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କୁଶଭଦ୍ରା ନଦୀ ବନ୍ଧ ମରାମତି କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ନଦୀରେ ଥିବା କଲଭର୍ଟ ଗୁଡିକ ମରାମତି ନହୋବାରୁ ଘାଇ ହୋଇଛି । ଅନ୍ୟପଟେ ମଳିଆତୁଠ, ସୁଜାନଗର, ପାଇକସାହି ଆଦି ସ୍ଥାନ ଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି ।